ଅଭିନେତା ଏଜାଜ୍ ଖାନ୍ ଗିରଫ

0 9,137

ମୁମ୍ୱାଇ, ୩୧ ।୩: ବଲିଉଡ-ଡ୍ରଗସ୍-ବିବାଦ । ଡ୍ରଗ୍ସ ଲିଙ୍କ ନେଇ ବଲିଉଡର ଜଣଙ୍କ ପରେ ଜଣେ ଛନ୍ଦି ହେବାରେ ଲାଗିଛନ୍ତି । ଏବେ ଏହି ମାମଲାରେ ଗିରଫ ହୋଇଛନ୍ତି ଅଭିନେତା ଏଜାଜ୍ ଖାନ । ମଙ୍ଗଳବାର ବିଳମ୍ବିତ ରାତିରେ ଏଜଜାଙ୍କୁ ଗିରଫ କରିଛି ଏନସିବି । ଘଟଣାରୁ ଜଣାପଡିଛି ଯେ, ଏଜାଜ ଖାନ୍ ଡ୍ରଗ କିଙ୍ଗ ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ବଟାଟା ସହ କାମ କରୁଥିଲେ । ଏପରିକି ଦୀର୍ଘଦିନ ଧରି ଏମାନଙ୍କ ସହ ଡ୍ରଗ୍ସ ବ୍ୟବସାୟ ବି ଚଳାଉଥିଲେ । ବିଳମ୍ବିତ ରାତିରେ ଏଜାଜକୁ ଏନ୍ସିବି ଦୀର୍ଘସମୟ ଧରି ପଚରାଉଚରା ପରେ ଗିରଫ କରିଛି । ଏହା ପୂର୍ବରୁ ଏନ୍ସିବି ଡ୍ରଗ ମାଫିଆ ଫାରୁଖ ବଟାଟାକୁ ପାଖାପାଖି ୮ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲା । ଫାରୁଖଙ୍କ ପୁଅ ଶାଦାବକୁ ଗତ ସପ୍ତାହରେ ଏନସିବି ଚଢ଼ାଉ କରି ଗିରଫ କରିଥିଲା । ପାଖାପାଖି ୨ କୋଟି ଟଙ୍କା ମୂଲ୍ୟର ଡ୍ରଗ ବି ଜବତ କରିଥିଲା ଏନସିବି । ଶାଦାବକୁ ପଚରାଉଚରା ବେଳେ ସେ ବଲିଉଡ ଅଭିନେତାଙ୍କ ଏଜାଜଙ୍କ ସହ ଲିଙ୍କ୍ ଥିବା ଜଣାଇଥିଲା । ଗତକାଲି ଏଜାଜ୍ ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ଏନ୍ସିବି ନୋଟିସ ଦେଇ ନିଜ ହେପାଜତକୁ ନେଇଥିଲା । ଏନସିବି ଏଜାଜଙ୍କୁ ଗିରଫ କରିବା ପରେ ନେଇ ଅନେ୍ଧରୀ ଓ ଲୋଖଣ୍ଡୱାଲାର କିଛି ସ୍ଥାନରେ ଚଢ଼ାଉ କରିଛି । ତେବେ ଚଢ଼ାଉ ସମୟରେ ଡ୍ରଗ ମିଳିଛି କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.