ଏକ ଭାରତ ଶ୍ରେଷ୍ଠ ଭାରତ’ର କାହାଣୀ କହେ ଅଯୋଧ୍ୟା

0 85

ନୂଆଦିଲ୍ଲୀ, କାଶ୍ମୀରର ବରଫାବୃତ ଗିରିଶୃଙ୍ଗରୁ କନ୍ୟାକୁମାରୀର ସୂର୍ଯ୍ୟସ୍ନାତ ବେଳାଭୂମି ପର୍ଯ୍ୟନ୍ତ ସବୁଠି ରାମନାମ ପ୍ରତିଧ୍ୱନିତ ହେଉଛି । ସମଗ୍ର ଭାରତ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଆବରଣରେ ଆଚ୍ଛାଦିତ ହୋଇଛି। ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ ଏକତାର ଏକ ପ୍ରତୀକ ଭାବେ ଦଣ୍ଡାୟମାନ । ଏହା କେବଳ ଭବ୍ୟତା ଓ ସୁନ୍ଦରତାକୁ ପ୍ରଦର୍ଶନ କରୁନାହିଁ, ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ ସୀମାପାର ଅଞ୍ଚଳର ଅବଦାନର କାହାଣୀ ସଗର୍ବେ ସ୍ଥାନିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରୟାସର ଝଲକ ଏଥିରେ ଦେଖିବାକୁ ମିଳୁଛି । ଏକ ମନ୍ଦିର ନିର୍ମାଣ ଓ ତୀର୍ଥାଟନ ପ୍ରୟାସରେ ସମଗ୍ର ଦେଶ କିରି ଭକ୍ତି, ଭାବ, ତ୍ୟାଗ ସମର୍ପଣ ଓ ସହଯୋଗ ଯୋଗାଇଛି ତାହାର ବାର୍ତ୍ତା ଅଯୋଧ୍ୟା ମନ୍ଦିରରେ ଗୁଞ୍ଜରିତ ହେଉଛି । ମନ୍ଦିରର ଆଭ୍ୟନ୍ତରୀଣ ନିର୍ମାଣ ଶୈଳୀ ଓ ପରିାଟୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏହା ରାଜସ୍ଥାନର ପ୍ରଖ୍ୟାତ ମକ୍ରାନା ଶଙ୍ଖ ମର୍ମର ପ୍ରସ୍ତରରେ ନିର୍ମିତ ହୋଇ ଏକ ଅପରୂ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରୁଛି । ମନ୍ଦିରରେ ଯେଉଁ ସବୁ ଦେବଦେବୀ ଓ ପ୍ରତିମା ଖୋଦିତ ହୋଇଛନ୍ତି ସେସବୁ କର୍ଣ୍ଣାଟକର ଚାର୍ମୋତି ବାଲି ପଥର ରେ ନିର୍ମିତ । ରାଜସ୍ଥାନର ବଂଶୀ ପାହାଡପୁରୁରୁ ଆସିଥିବା ଗୋଲାପି ବାଲି ପଥରମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାରର ନିର୍ମାଣରେ ବ୍ୟବହୃତ ହୋଇଛି । ଏହି ଅବଦାନ କେବଳ ନିର୍ମାଣ ସମାଗ୍ରୀରେ ସୀମିତ ହୋଇନାହିଁ । ଗୁଜରାଟରୁ ଆସିଛି ୨୧୦୦କେଜି ଓଜନର ଏକ ପ୍ରକାଣ୍ଡ ଅଷ୍ଟଧାତୁ ନିର୍ମିତ ଘଣ୍ଟି।

 

Leave A Reply

Your email address will not be published.