ବାହାନଗା ଟ୍ରେନ୍‌ ଟ୍ରାଜେଡି ଦୁଇ ଅଧିକାରୀ ବହିଷ୍କୃତ

0 34

ଭୁବନେଶ୍ୱର, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ବଡ଼ ଆକ୍ସନ। ୨ ଅଫିସର ଚାକିରିରୁ ବହିଷ୍କୃତ କଲା ରେଳ ବିଭାଗ। ଘଟଣାର ତଦନ୍ତ ରିପୋର୍ଟ ପରେ ଆକ୍ସନ ନେଇଛି ରେଳ ବିଭାଗ। ସୂଚନା ଅନୁଯାୟୀ, ଷ୍ଟେସନ ସୁ ରିଟେଣ୍ଡେଣ୍ଟ ଏସ.ବି ମହାନ୍ତି ଏବଂ ଡିଭିଜନାଲ ଟ୍ରାଫିକ୍‌ ଇନ୍ସିପେକ୍ଟର ଏକେ ଖୁଣ୍ଟିଆଙ୍କୁ ବହିଷ୍କାର କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ଜୁନ୍‌ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ। ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଦୋହଲାଇ ଦେଇଥିଲା ପୂରା ବିଶ୍ୱକୁ। ତେବେ ଘଟଣାରେ ସିବିଆଇ ଯାଞ୍ଚ ମଧ୍ୟ କରାଯାଇଥିଲା। ଅନେକ ଅଧିକାରୀଙ୍କୁ ଜେରା ମଧ୍ୟ କରାଯାଇଥିଲା। ଏହାପରେ ତିନି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

 

Leave A Reply

Your email address will not be published.