ବାବା ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ବାର୍ଷିକ ପାଳନରେ ଆଦିବାସୀ, ଦଲିତ ଓ ପଛୁଆ ବର୍ଗ ଶିକ୍ଷକ ସଂଘ ପକ୍ଷରୁ ବନ୍ଧୁ ମିଳନ

62

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର  ବ୍ଲକ ନିକଟସ୍ଥ ନାରାୟଣ ପୁର କଲ୍ୟାଣ ମଣ୍ଡପ ଠାରେ ଆଦିବାସୀ ,ଦଲିତ ଓ ପଛୁଆ ବର୍ଗ ଶିକ୍ଷକଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିକ୍ଷକ ବନ୍ଧୁ ମିଳନ ଉତ୍ସବରେ ବାବା ଆମ୍ବେଦକରଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇ ସଭା କାର୍ଯ୍ୟ ଆରମ୍ବ କରିଥିଲେ । ଏହି ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ ମଞ୍ଚାସିନ ହୋଇଥିବା ବେଳେ ସମ୍ମାନ ଅତିଥି ଭାବେ ବିଜୟ କୁମାର ସେଠୀ ଏବଂ ଏନ ମାଧବ ରାଓ ଆଦିବାସୀ ଦଳିତ ଓ ପଛୁଆ ବର୍ଗ ଶିକ୍ଷକ ସଂଘର ବ୍ଳକ ସଭାପତି ବିଶ୍ଵନାଥ କାଡ୍ରାକା , ଆଦିବାସୀ ଦଳିତ ଓ ପଛୁଆ ବର୍ଗ ଶିକ୍ଷକ ସଂଘ ର ସମ୍ପାଦକ ରାମନାଥ କାଡ୍ରାକା ମଞ୍ଚା ସିନ ଥିବାବେଳେ ନାରାୟଣ ପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ମଞ୍ଚାସିନ ଥିଲେ ।

ଏହି ଶିକ୍ଷକ ସଂଘ ବନ୍ଧୁ ମିଳନ ଉତ୍ସବରେ ଡାକ୍ତର ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରିଥିଲେ । ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ବାବା ସାହେବଙ୍କ ପ୍ରତିଭା ଉପରେ ଭକ୍ତବ୍ୟ ଦେଇଥିଲେ । ସେହିପରି ମଞ୍ଚା ସିନ ଥିବା ସମସ୍ତ ଶିକ୍ଷକ ମାନେ ଆମ୍ବେଦକରଙ୍କ ଆଇନ ଲାଗୁ କରିଥିବା ବିଷୟରେ ଉପରେ ଭକ୍ତବ୍ୟ ଦେଇଥିଲେ। ବ୍ଲକରେ ମୋଟ ଆଦିବାସୀ ଦଲିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ୨୦୦ ଜଣ ଥିବା ବେଳେ କୋଭିଡ଼ କଟକଣା ନିୟମକୁ ଦୃଷ୍ଟି ରଖି ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ଆଦିବାସୀ ଦଳିତ ଓ ପଛୁଆ ବର୍ଗ ଶିକ୍ଷକ ସଂଘ ର ସଭାପତି କହିଥିଲେ ଯେ ଆଗାମୀ ୨୦୨୨ ବେଳକୁ ରେଗୁଲାର ଶିକ୍ଷକ ମାନଙ୍କ ଅନୁଦାନରୁ ଯେକୌଣସି ଗୋଟିଏ ସ୍ଥାନରେ  ଡାକ୍ତର ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୃତ୍ତି ସ୍ଥାପାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ମାନେ ଏକ ମତ ହୋଇ ନିଜେ ନିଜେ ୧୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ପ୍ରକାଶ କରିଛନ୍ତି ।

Comments are closed.