ଅଗ୍ନି ପିପନ୍ନଙ୍କୁ ସହାୟତାର ହାତ ବଢାଇଲେ ଗୋତରା ପଞ୍ଚାୟତ ବିଜେଡି ସଭାପତି ସୂର୍ଯ୍ୟକାନ୍ତ ପଣ୍ଡା

71

ମାହାଙ୍ଗା : ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଗୋତରା ଗ୍ରାମପଞ୍ଚାୟତର ଆପିଲୋ ଗ୍ରାମର ମଝି ପଡ଼ା ଦଳିତ ସାହିର ରଞ୍ଜନ କୁମାର ମଲ୍ଲିକଙ୍କ ଘରେ ଆକସ୍ମିକ ଭାବେ ନିଆଁ ଲାଗି ତିନି ବଖରା ଘର ସଂପୂର୍ଣ୍ଣ ଭାବେ ଭସ୍ମୀଭୂତ ହୋଇଯାଇଥିଲା । ଖବର ପାଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅନୁଗତ ଓ ପଞ୍ଚାୟତ ବିଜେଡି ସଭାପତି ସୂର୍ଯ୍ୟକାନ୍ତ ପଣ୍ଡା ଆଜି ଅପରାହ୍ନରେ ରଞ୍ଜନ କୁମାର ମଳିକଙ୍କ ଘରେ ପହଞ୍ଚି ସମବେଦନା ଜଣାଇବା ସହିତ ତାଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ । ଏଥିରେ ତାଙ୍କ ସହିତ ପ୍ରଶାନ୍ତ କୁମାର ସ୍ବାଇଁ, ମନୋରଞ୍ଜନ ସ୍ବାଇଁ,ବୀରବର ପ୍ରଧାନ, ସୀତାକାନ୍ତ ପ୍ରଧାନ,ପୁରସ୍ତମ ବାରିକ୍,ସଞ୍ଜୟ ମହାପାତ୍ର, ବବୁନି ସ୍ବାଇଁ ପ୍ରଭୃତି ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ ।

Comments are closed.