ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଜବାବ ତଲବ, ତୃତୀୟ ଲହରରେ ଶିଶୁଙ୍କୁ କିଭଳି ମିଳିବ ସୁରକ୍ଷା

60

ନୂଆଦିଲ୍ଲୀ : ଦେଶରେ ୨ୟ ଲହର ସରିନିଥିବା ବେଳେ ଏବେ ତୃତୀୟ ଆସିବା ନେଇ ବଢିଲାଣି ଚିନ୍ତା । ତେବେ ଏହି ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଦେଖାଦେଇଛି । ଏନେଇ ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଆଉ ଏହି ଆକଳନ ନେଇ ସରକାରଙ୍କୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି ବିଶେଷକରି ଶିଶୁଙ୍କ ପ୍ରତି କ’ଣ କରିଛ ପ୍ରସ୍ତୁତି ।

ସୂଚନାଥାଉ କି, ସୁପ୍ରିମକୋର୍ଟ ଗୁରୁବାର ଦିନ ପୁଣି ଥରେ ଦିଲ୍ଲୀର ଅମ୍ଳଜାନ ସଙ୍କଟ ଏବଂ କରୋନା ସ୍ଥିତି ନେଇ ଶୁଣାଣି କରିଛନ୍ତି । ଏହି ସମୟ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ କରୋନାର ତୃତୀୟ ଲହର ନେଇ ଆଲୋଚନା କରିଥିଲେ । ମାମଲାର ଶୁଣାଣି ସମୟରେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ ଯଦି ଆସନ୍ତାକାଲି ପରିସ୍ଥିତି ବିଗିଡିଯାଏ ଏବଂ କରୋନା ମାମଲା ବଢେ ତେବେ ଆପଣ କ’ଣ କରିବେ ? ରିପୋର୍ଟରେ କୁହାଯାଇଛି ଯାହା କରିବା ଆବଶ୍ୟକ ତାହା ବର୍ତ୍ତମାନ ପ୍ରସ୍ତୁତ ହେବାକୁ ପଡିବ । ଯୁବକଙ୍କ ଟିକାକରଣ କରିବାକୁ ପଡିବ ।

ଯଦି ପିଲାଙ୍କ ଉପରେ ଏହାର ପ୍ରଭାବ ଅଧିକ ଆସେ, ତାହଲେ କିପରି ନିୟନ୍ତ୍ରଣ କରିପାରିବା ସେନେଇ ବ୍ୟବସ୍ଥା କରିବାକୁ ପଡିବ । କାରଣ ପିଲାମାନେ ନିଜେ ହସ୍ପିଟାଲକୁ ଯାଇପାରିବେ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରାୟ ଦେଢଲକ୍ଷ ଏମିତି ଡାକ୍ତର ଅଛନ୍ତି ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହାସହ ପାଖାପାଖି ଅଢେଲ ଲକ୍ଷ ନର୍ସ ମଧ୍ୟ ଘରେ ବସିଛନ୍ତି । ଏମାନେ ସେହି ବ୍ୟକ୍ତି ଯେଉଁମାନେ ତୃତୀୟ ଲହର ସମୟରେ ତୁମର ଭିତ୍ତିଭୂମିକୁ ମଜବୁତ କରିବେ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେଉଁ ସ୍ୱାସ୍ଥ୍ୟ କର୍ମୀମାନେ ମାର୍ଚ୍ଚ ୨୦୨୦ ଠାରୁ ନିରନ୍ତର କାର୍ଯ୍ୟ କରୁଛନ୍ତି, ସେମାନଙ୍କ ଉପରେ ଥକ୍କା ଏବଂ ଚାପ ମଧ୍ୟ ଅଧିକ ରହିଛି । ସେଥିପାଇଁ ସେମାନଙ୍କୁ ଟିକିଏ ବିଶ୍ରାମ ଦରକାର ।

Comments are closed.