ଓଡ଼ିଶାରେ ବଢିବା କି ଲକଡ୍ ।ଉନ୍ ?

64

-ଦେଶର ୧୮୭ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ

-ଓଡ଼ିଶାରେ ପଜିଟିଭିଟି ହାର ୨୦%ରୁ ଖସୁନି

-ରେଡ୍ ଜୋନ୍ ରେ ୨୬ ଜିଲ୍ଲା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଉଗ୍ର ରୂନେଉଛି । ଜଙ୍ଗଲ ନିଆଁ ଭଳି ଏହା ବ୍ୟାପିବାରେ ଲାଗିଛି । ସପ୍ତାହେ ହେଲା କୋଭିଡ୍ ସଂକ୍ରମଣ ପରିସଂଖ୍ୟାନରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ସଂକ୍ରମଣର ବେଗକୁ ରୋକିାରୁନଥିବା ଜଣାଯାଉଛି । ପ୍ରତିଦିନ ୧୦ହଜାର ଟ୍ରେଣ୍ଡରେ ସଂକ୍ରମଣ ବ୍ୟାପୁଛି । ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାଶ୍ ବୋର୍ଡ଼ରେ ଦିଆଯାଇଥିବା ତଥ୍ୟ ଅନୁସାରେ ମେ ୧୨ ତାରିଖର ମଙ୍ଗଳବାର ଦିନ ରାଜ୍ୟରେ ୫୧ ହଜାର ୪୫୧ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିଲା । ଏଥିରୁ ୧୦ହଜାର ୬୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ଏହିଦିନ ପଜିଟିଭ୍ ହାର ୨୦.୬ ପ୍ରତିଶତ ରେକର୍ଡ଼ କରାଯାଇଛି । ଠିକ୍ ସେହିରି ଲକ୍ଡାଉନ୍ ଆରମ୍ଭ ଦିନର ତଥ୍ୟକୁ ଯଦି ଆକଳନ କରାଯାଏ ତେବେ ମେ ୫ ତାରିଖ ଦିନ ସମୁଦାୟ ସଂକ୍ରମଣ ହାର ଥିଲା ୨୧.୭ ପ୍ରତିଶତ । ଏହିଦିନ ବି ୧୮ହଜାର ୩୧୪ ନମୁନା ପରୀକ୍ଷଣ କରାଯାଇଥିଲା । ସେଥିରୁ ୧୦ହଜାର ୫୫୧ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ଦର୍ଶାଯାଇଛି । ଏହି ୭ଦିନ ଭିତରେ ଯେତେବେଳେ ନମୁନା ପରୀକ୍ଷଣ ସଂଖ୍ୟା ବଢ଼ାଯାଉଛି ଏବଂ ଯେତେବେଳେ ଅଧିକ ସଂଖ୍ୟାରେ ପଜିଟିଭ୍ ରୋଗୀଙ୍କୁ ଚିହ୍ନିଟ କରାଯାଉଥିବା ବେଳେ ଯେଉଁଦିନ କମ୍ ସଂଖ୍ୟାରେ ନମୁନା ପରୀକ୍ଷଣ କରାଯାଉଛି ସେଦିନ ପଜିଟିଭ୍ ସଂଖ୍ୟା ମଧ୍ୟ କମିଥିବା ଲକ୍ଷ୍ୟ କରାଯାଉଛି ।

ଗଲା ୭ଦିନର ତଥ୍ୟକୁ ସମୀକ୍ଷା କଲେ ଜଣାଯାଏ ଯେ, ୬ ତାରିଖ ଦିନ ସବୁଠାରୁ ଅଧିକ ପଜିଟିଭ୍ ହାର ଲକ୍ଷ୍ୟ କରାଯାଇଛି । ଏହିଦିନ ରାଜ୍ୟରେ ସର୍ବାଧିକ କୋଭିଡ୍ ପଜିଟିଭ୍ ହାର ୨୪.୯ ପ୍ରତିଶତ ରହିଥିବା ବେଳେ ୭ ତାରିଖ ଦିନ ପଜିଟିଭ୍ ହାର ୨୩.୩ ପ୍ରତିଶତ ରହିଥିଲା । ସେହିରି ୮ ତାରିଖ ଦିନ ସଂକ୍ରମଣ ପଜିଟିଭ୍ ହାର ୨୧.୮ ପ୍ରତିଶତ, ୯ ତାରିଖରେ ୨୦.୭୩, ୧୦ ତାରିଖ ଦିନ ୨୧.୧ ପ୍ରତିଶତ ପଜିଟିଭ୍ ହାର ରେକର୍ଡ଼ କରାଯାଇଥିଲା । ପୁଣି ଏହି କୋଭିଡ୍ ଡ୍ୟାଶ୍ ବୋର୍ଡ ତଥ୍ୟ ଅନୁସାରେ ଗଲା ଦୁଇମାସ ଭିତରେ ସଂକ୍ରମଣ ପଜିଟିଭ୍ ହାର ୯୦ ପ୍ରତିଶତରୁ ଅଧିକ ହୋଇଛି ।

ମାର୍ଚ୍ଚ ୮ ତାରିଖରେ ରାଜ୍ୟରେ ସମୁଦାୟ ୨୦ ହଜାର ୮୧ଟି ସାମ୍ପଲ୍ ପରୀକ୍ଷା ହୋଇଥିଲା । ହେଲେ ସେଥିରେ ପଜିଟିଭ୍ ଥିଲେ ମାତ୍ର ୫୭ ଜଣ । ଅର୍ଥାତ୍ ପଜିଟିଭ୍ ହାର ଥିଲା ୦.୨୮ ପ୍ରତିଶତ । ଏକମାସ ପରେ ଅର୍ଥାତ୍ ଏପ୍ରିଲ୍ ୮ ତାରିଖରେ ଏହି ସଂକ୍ରମଣ ହାର ୪.୪ ପ୍ରତିଶତ ହେଲା । ମେ ମାସ ୭ ତାରିଖକୁ ଏହି ପରିସଂଖ୍ୟାନ ସର୍ବକାଳୀନ ରେକର୍ଡ଼ ହୋଇଛି । କିନ୍ତୁ ପଜିଟିଭ୍ ସଂକ୍ରମଣ ହାର ଉପରେ ଏହାର କୌଣସି ସ୍ରୁଭାବ ଏଯାଏ ଲକ୍ଷ୍ୟ କରାଯାଇ ନାହିଁ । ମେ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୫୦ହଜାର ୭୯୯ ଜଣ ସାମ୍ପଲ୍ ପରୀକ୍ଷା କରାଇଥିବା ବେଳେ ସେଥିରୁ ୧୨୨୩୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ପଜିଟିଭ୍ ହାର ୨୪ ପ୍ରତିଶତ ହୋଇଛି । ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କଣ୍ଣାଟକ ଭଳି ରାଜ୍ୟ ଏବେ ୨୦ ପ୍ରତିଶତ ପଜିଟିଭ୍ ହାରଠୁ ଅଧିକ ରହିଛନ୍ତି ।

ଦିଲ୍ଲୀରେ ସଂକ୍ରମଣ ହାର ଗଲା ସପ୍ତାହରେ ଅଚାନକ କମିଥିଲେ ମଧ୍ୟ ଓଡ଼ିଶାରେ ତାହା ହୋଇପାରିନାହିଁ । ଓଡ଼ିଶା ସରକାର ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଆଖିରେ ରଖି କୋଭିଡ୍ ଚିକିତ୍ସା କେନ୍ଦ୍ରର ସଂଖ୍ୟା ବୃଦ୍ଧି କରିବା ସହ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି । ଭୁବନେଶ୍ୱର ସମେତ ଅନ୍ୟ ମ୍ୟୁନିସିାଲ୍ କର୍ପୋରେସନ୍ ଅଞ୍ଚଳରେ ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ଏହାସହ ରାଜ୍ୟକୁ କି ରି ଅଧିକ ଟିକା ଆସି ।ରିବ ସେଥିଲାଗି ଅନ୍ତର୍ଜାତୀୟ ବଜାରରୁ ଟିକା କିଣିବାକୁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏସବୁ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ କରୋନା ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗ କରିବା ନିହାତି ଆବଶ୍ୟକ ହେଉଥିବାରୁ ନିଆଯାଇଛି ୧୪ ଦିନିଆ ଲକ୍ଡାଉନ୍ ପଦକ୍ଷେପ । ଏହି ଲକ୍ଡାଉନ୍ରେ ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧୨ଟା ଯାଏ କୋହଳ ଦିଆଯାଇଛି । ପନିରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ଏହା ଉଦ୍ଦିଷ୍ଟ ଥିଲେ ମଧ୍ୟ ଯେଉଁ ଭାବରେ ଲୋକେ ସମସ୍ତ ନିୟମକୁ ଫୁ’ କରୁଛନ୍ତି ତାହା ଏବେ ସଂକ୍ରମଣ ସ୍ଥିତିକୁ ତଳକୁ ଖସାଇବାକୁ ଦେଉନାହିଁ । ଏହିରି ପରିସ୍ଥିତିକୁ ଆୟତ୍ତ କରିବା ଲାଗି ଆହୁରି ଶକ୍ତ ପଦକ୍ଷେପ ନେବାକୁ କିଛି ବୁଦ୍ଧିଜୀବୀ ସରକାରଙ୍କୁ ସୋସିଶାଲ୍ ମିଡିଆରେ ପରାମର୍ଶ ଦେଇଛନ୍ତି । ସେମାନଙ୍କ ଭିତରେ ରହିଛନ୍ତି ବ୍ରହ୍ମୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ।

Comments are closed.