ଥାନା ଭିତରେ ଦମ୍ପତିଙ୍କୁ ମାଡ଼ ମରା ଘଟଣା

68

ନିଶ୍ଚିନ୍ତକୋଇଲି : ମହିଳା ସବ-ଇନ୍ସପେକ୍ଟରଙ୍କ ବିରୋଧରେ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଅଭିଯୋଗ। କଟକ ନିଶ୍ଚିନ୍ତକୋଇଲି ଥାନାରେ କାର୍ଯ୍ୟରତ ମହିଳା ସବ-ଇନ୍ସପେକ୍ଟର ମଧୁସ୍ମିତା ବେହେରାଙ୍କ ଉପରେ ବଢୁଛି ବିବାଦ । ଗତ ୨ ସପ୍ତାହ ତଳେ ଥାନା ପରିସରରେ କେନ୍ଦ୍ରାପଡା ଅଞ୍ଚଳର ଜଣେ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ମହିଳା SI ଶ୍ରୀମତୀ ବେହେରାଙ୍କ ନାମରେ ନିଶ୍ଚିନ୍ତକୋଇଲି ଥାନାରେ ଫୌଜଦାରୀ ମାମଲା ୩ ଦିନ ତଳେ ରୁଜ୍ଜୁ ହୋଇ ତଦନ୍ତ ଚାଲୁଥିବ ସମୟରେ ଉକ୍ତ ଘଟଣାରେ ଅଭିଯୋଗକାରିଣୀ ମହିଳା ଓ ତାଙ୍କ ସ୍ୱାମୀଙ୍କର ମାନବଧିକାର କ୍ଷୁଣ୍ଣ ହୋଇଥିବା ଦର୍ଶାଇ ଢେଙ୍କାନାଳ ଜିଲ୍ଲାର ଜାତୀୟ ମାନବଧିକାର କର୍ମୀ ଭଜମନ ବିଶ୍ୱାଳ ଆଜି ଏ ନେଇ ଜାତୀୟ ମାନବାଧିକାର କମିଶନ, ନୁଆଦିଲ୍ଲୀର ଦ୍ୱାରସ୍ତ ହୋଇଛନ୍ତି । ସେ ଏକ ଲିଖିତ ଅଭିଯୋଗରେ ପୀଡିତା କେନ୍ଦ୍ରାପଡା ଜିଲ୍ଲାର ଜ୍ୟୋତିର୍ମୟୀ ରାଉତ ଓ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହିତ ମହିଳା SI ଶ୍ରୀମତୀ ବେହେରାଙ୍କ ବିରୋଧରେ କ୍ରିମନାଲ ପ୍ରୋସିଡିଂ କରିବାକୁ ମାନ୍ୟବର କମିଶନଙ୍କ ନିକଟରେ ଦାବି ରଖିଛନ୍ତି ଏବଂ ଦୁଇ ଜଣ ଅନିଭିଜ୍ଞ ସାମ୍ବାଦିକ ନାମରେ ମଧ୍ୟ ଏତଲା ଦାୟର ଅଛି । ସେହି ଏତଲାକୁ ଆଧାର କରି ସେମାନଙ୍କ ପ୍ରତି ଆଇନ୍ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ବାକି ରହିଲା ଦେଖିବାକୁ ।

Comments are closed.