ଦୁଇଟି ସ୍ଥାନରେ ଅବକାରୀ ଟିମ୍ ର ଚଢ଼ଉ : ୬୬୦୦ କେଜି ଗୁଡ଼ ମିଶ୍ରିତ ପୋଚ ଓ ୮ ଲିଟର ବିଦେଶୀ ମଦ ଜବତ : ଜଣେ ଗିରଫ

74

ଗଞ୍ଜାମ : ଲକ୍ ଡାଉନ୍ ପାଇଁ ବେଆଇନ ମଦ କାରବାର ଉପରେ ଅବକାରୀ ଚଢ଼ଉ ଜାରୀ ରହିଛି । ଅବକାରୀ ଟିମ୍ ଦୁଇଟି ସ୍ଥାନରେ ଚଢ଼ଉ କରି ବିଦେଶୀ ମଦ ଓ ବିପୁଳ ପରିମାଣର ପୋଚ ଜବତ କରି ନଷ୍ଟ କରିଛି । ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଦିଗପହଣ୍ଡି ଅବକାରୀ ଥାନା ଅନ୍ତର୍ଗତ ବାଦପଡ଼ା ଓ ଗୋଠକେଳି ଗ୍ରାମରେ ଚଢ଼ଉ କରିଥିଲେ । ଜଙ୍ଗଲ ନିକଟରେ ଚାଲିଥିବା ଏକ ଦେଶି ମଦ ଭାଟିରୁ ୬୬୦୦ କେଜି ଗୁଡ଼ ମିଶ୍ରିତ ପୋଚ ଜବତ ହୋଇଥିଲା । ସେହିପରି ଦିଗପହଣ୍ଡି ବସଷ୍ଟାଣ୍ଡରେ ଚଢ଼ଉ କରାଯାଇ କାଳିଆ ସେଠୀ ନାମକ ଜଣେ ଯୁବକକୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୮ ଲିଟର ବିଦେଶୀ ମଦ ଜବତ ହୋଇଥିଲା । 
ଏହି ଚଢ଼ଉରେ ଅବକାରୀ ଇନ୍ସପେକ୍ଟର ବାଳକୃଷ୍ଣ ପରିଡ଼ା, ଏସଆଇ ଶ୍ରୀଧର ମହାନ୍ତି ପ୍ରମୁଖ ସାମିଲ୍ ଥିଲେ ।

Comments are closed.