ତଉକ୍ ତେ ତାଣ୍ଡବ

69

ନୂଆଦିଲ୍ଲୀ : ଅତି ପ୍ରଳୟଙ୍କାରୀ ହୋଇଛି ବାତ୍ୟା ତଉକ୍ତେ । ଗୁଜରାଟ ଉପକୂଳରେ ପାଦ ଥାପିବା ପରେ ଅତି ଭୀଷଣ ରୂ ଧାରଣ କରିଥିଲା ଏହି ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ । ସ୍ଥଳଭାଗ ଛୁଇଁବା ପୂର୍ବରୁ ଗତ ୬ ଘଣ୍ଟା ଧରି ୧୭ କିମି ବେଗରେ ଆଗକୁ ଆଗକୁ ବଢ଼ୁଥିବାବେଳେ ସମୁଦ୍ରରୁ ଶକ୍ତି ସାଉଁଟି ଖୁବ୍ ଶକ୍ତିମାନ ହୋଇଯାଇଥିଲା । ବିଳମ୍ବିତ ରାତିରେ ଏହା ଗୁଜରାଟର ପୋରବନ୍ଦର ଓ ମହୁଭା ମଧ୍ୟରେ ସ୍ଥଳଭାଗ ଛୁଇଁବା ସହ ତାଣ୍ଡବ ରଚିଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ସୌରାଷ୍ଟ୍ର, ଡିଉ ଓ ସଂଲଗ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ
ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ବାତ୍ୟା ମୁମ୍ବାଇ ଉପକୂଳ ଅତିକ୍ରମ କରିବା ବେଳେ ଅତି ଭୟଙ୍କର ହୋଇଉଠିଥିଲା । ଛାତି ଥରାଇବା ଭଳି ପବନ ବହୁଥିଲା । ଗର୍ଜନରେ ଚତୁର୍ଦ୍ଦିଗ କମ୍ପିବା ସହିତ ଜଳ ଓ ସ୍ଥଳ ଭାଗକୁ ଦୁଇଭାଗ କରିଦେଉଥିଲା ପବନ । ମୁମ୍ବାଇ ମେରାଇନ୍ ଡ୍ରାଇଭ୍ ଅଞ୍ଚଳରେ ଅଶାନ୍ତ ସମୁଦ୍ର ବାଡବନ୍ଧ ଡେଇଁ ଯାଇଥିଲା । ୫ ରାଜ୍ୟରେ ତଉକ୍ତେ ତାର ପ୍ରକୋପର ପଦଚିହ୍ନକୁ ଛାଡ଼ି ଦେଇଆସିଛି । ଗୁଜରାଟ ଉପକୂଳରେ ପହଞ୍ôଚବା ପୂର୍ବରୁ କେରଳ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ବିଶେଷ କ୍ଷୟକ୍ଷତି ଘଟାଇଛି ବାତ୍ୟା । ପବନରେ ଭାଙ୍ଗିଛି ବଡ଼ ବଡ଼ ଗଛ । ପାଣିରେ ବୁଡିଛି ଘରଦ୍ୱାର । ପ୍ରବଳବର୍ଷାରେ ବୁଡିଛି ମୁମ୍ବାଇ ସହର । ଜୁହୁ ବିଚ୍ରେ ସମୁଦ୍ର ଜୁଆର ରାସ୍ତା ଉପରକୁ ଉଠୁଥିଲା । ଯାହା ସାଙ୍ଗରେ ପଡ଼ିଲା ତାକୁ ସାଙ୍ଗରେ ଧରି ଚାଲିଗଲା ଏହି ତଉକ୍ତେ । କେଉଁଠି ଗଛ ତ ଆଉ କେଉଁଠି ଉପୁଡି ଡ଼ିଥିଲା ବିଦ୍ୟୁତ୍ ଖୁଣ୍ଟ । ଅବିରତ ଧାରାରେ ଚାଲିଥିଲା ବର୍ଷା । ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା ।

Comments are closed.