୧୮ ବର୍ଷରୁ ୪୪ ବର୍ଷ ବର୍ଗରେ ୬ ଦିନରେ ୨୫,୧୪୭ ଟୀକାକରଣ

68

ଗଞ୍ଜାମ : ଗତ ୧୧ ତାରିଖ ଠାରୁ ବ୍ରହ୍ମପୁର ସହରରେ ୧୮ ବର୍ଷରୁ ୪୪ ବର୍ଷର ବର୍ଗଙ୍କ ପାଇଁ ଆରମ୍ଭ ହୋଇଥିବା ଟୀକାକରଣ କାର୍ଯ୍ୟକ୍ରମରେ ୬ ଦିନ ମଧ୍ୟରେ ମୋଟ୍ ୨୫,୧୪୭ ଜଣ ଟୀକା ନେଇଥିବା ଜଣାପଡିଛି । ଗତକାଲି ସହରର ୧୨ ଟି କେନ୍ଦ୍ରରେ ୭୧୫୦ ଜଣଙ୍କ ଟୀକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୬୭୦୮ ଜଣ ଟୀକା ନେଇଛନ୍ତି ।

ସହରରେ ୧୮ରୁ ୪୪ ବର୍ଷ ମଧ୍ୟରେ ୧ ଲକ୍ଷ ୭୧ ହଜାର ଯୁବବର୍ଗଙ୍କୁ ଟୀକାକରଣ କରାଯିବ ବୋଲି ବ୍ରହ୍ମପୁର ବିଏମସି ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଟୀକାର ପରିମାଣକୁ ଦେଖି ପ୍ରତ୍ୟେକ ଦିନ ସ୍ଲଟ୍ ବୁକିଂ କରାଯାଉଛି । ଖଲ୍ଲିକୋଟ କଲେଜ ପଡ଼ିଆରେ ଡ୍ରାଇଭ ଇନ୍ ରେଜିଷ୍ଟ୍ରେସନ କରାଯାଇ ଯାନବାହନରେ ଆସୁଥିବା ଅସୁସ୍ଥ ଓ ଭିନ୍ନକ୍ଷମଙ୍କୁ ଟୀକାକରଣ କରାଯାଉଛି ।

ପ୍ରଥମାର୍ଦ୍ଧରେ ୧୮ ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ଟୀକାଦାନ କରାଯାଉଥିବା ବେଳେ ଅପରାହ୍ନରେ ୪୫ ରୁ ଉର୍ଦ୍ଧ୍ୱ ବର୍ଗର ବ୍ୟକ୍ତିଙ୍କୁ ଟୀକାକରଣ ବ୍ୟବସ୍ଥା କରାଯାଇଛି । ଟୀକା ଅଭାବ ଯୋଗୁଁ କେବଳ ପୂର୍ବାହ୍ନରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକାକରଣ କରାଯାଇଥିବା ବେଳେ ଅପରାହ୍ନରେ ଟୀକାକରଣ କରାଯାଇନାହିଁ । ଆଜି ଠାରୁ ଅପରାହ୍ନରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ନିଗମ ପକ୍ଷରୁ ଜଣାପଡିଛି । ପ୍ରତ୍ୟେକ ଦିନ ସଂନ୍ଧ୍ୟା ୬ଟାରୁ ଅନ୍ ଲାଇନ୍ ମାଧ୍ୟମରେ ପଞ୍ଜିକରଣ ସହିତ ସ୍ଲଟ୍ ବୁକିଂ ମଧ୍ୟ ଚାଲୁ ରହିଛି ।

Comments are closed.