ଗୋଡ଼ି ବୋଝେଇ ଟ୍ରାକ୍ଟରରୁ ୯ କ୍ୱିଂଟାଲ ଗଞ୍ଜେଇ ଜବତ

70

ଗଞ୍ଜାମ : ସଟ୍ ଡାଉନ୍ ମଉକାରେ କୋଦଳା ଥାନା କଂଚଣା ଛକ ବେଗୁନିଆପଡା ରାସ୍ତାରେ ଗୋଡ଼ି ବୋଝେଇ ଟ୍ରାକ୍ଟରରେ ପାଲ ଘୋଡାଇ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି । ଆଜି ସକାଳେ ଏହି ଗୋଡ଼ି ବୋଝେଇ ଟ୍ରାକ୍ଟର ନଂ ଓଡ଼ି୦୭ଏଲ-୮୨୪୩ କୋଦଳା ଅଂଚଳରୁ ସୁମଣ୍ଡଳ ଯାଉଥିବା ବେଳେ ତହସିଲଦାର ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ ବେଳେ ଧରାପଡିଛି । ଏହି ଟ୍ରାକ୍ଟରରୁ ୯  କ୍ୱିଂଟାଲ ଗଞ୍ଜେଇ ଜବତ କରାଯାଇଛି । ଯାହାର ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଘଟଣା ପରେ ଡ୍ରାଇଭର ସେଠାରୁ ଫେରାର୍ ହୋଇଯାଇଛି । ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ କେସ୍ ନଂ ୧୨/୨୧ ରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରୀ ରହିଛି ।  

Comments are closed.