ୱାନ୍ ଆଣ୍ଡ ଅନ୍ଲି ସୁପର ଲିଡର…

70

ଭୁବନେଶ୍ୱର : ଜଣେ ବ୍ୟକ୍ତିକୁ ତା’ର କର୍ମ ଓ ବ୍ୟବହାର ହିଁ ଶ୍ରେଷ୍ଠ ପ୍ରତିପାଦିତ କରିଥାଏ । ଆଉ ରାଜନୀତିରେ ପାଦ ଦେବା ପରଠାରୁ ଦେଶର ଏଭଳି ଜଣେ ମହାନ୍ ରାଜନେତାଙ୍କ ଆବିର୍ଭାବ ହୋଇଛି ଯାହାକୁ କି ଆଜି ସାରା ଦେଶ ପ୍ରଶଂସା କରିବାକୁ କୁଣ୍ଠାବୋଧ କରୁନାହିଁ । ଖୁସିରେ ଅଧିକ ଆତ୍ମହରା କିମ୍ବା ଦୁଃଖରେ ଅଧିକ ଭାଙ୍ଗିପଡ଼ୁନଥିବା ସେହି ନେତା ଆଉ କେହି ନୁହଁନ୍ତି, ଓଡ଼ିଶାର ଅତି ଆପଣାର ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କ ଦକ୍ଷତା, କ୍ଷମତା ଓ ଲୋକପ୍ରିୟତାକୁ ନେଇ ସାରା ଦେଶରେ ବହୁ ସମୟରେ ବହୁ ସର୍ଭେ ହୋଇଛି ଓ ସବୁଥିରେ ସେ ହିଁ ୱାନ୍ ଆଣ୍ଡ ଅନ୍ଲି ସୁପର ଲିଡର ଭାବେ ଦେଶବାସୀଙ୍କ ଆସ୍ଥାର ପାତ୍ର ହୋଇଛନ୍ତି ।

ନବୀନ ବାବୁଙ୍କ ସ୍ଥିରମନା, ଅଳ୍ପକଥା, ସ୍ମିତହାସ୍ୟ ଓ ଦୃଢ଼ ସଂକଳ୍ପବଦ୍ଧ ହିଁ ତାଙ୍କ ଗାରିମାକୁ ଆହୁରି ମହାନ୍ କରିଦେଇଛି । ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀର ମୁକାବିଲା କରୁଛି,ଏଭଳି ପରିସ୍ଥିତିରେ ଆମେ କେନ୍ଦ୍ର ନିକଟରେ କୌଣସି ତକ୍ରାଳିକ ଆର୍ଥିକ ସାହାଯ୍ୟ ଦାବି କରିନାହୁଁ । ଆମେ ଏହି ପରିସ୍ଥିତିର ମୁକାବିଲା ପାଇଁ ନିଜ ପାଣ୍ଠିରୁ ବ୍ୟବହାର କରିବୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଟ୍ୱିଟ୍ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବାତ୍ୟା ୟାସ୍ ସମୀକ୍ଷା ବୈଠକ ପରେ ଆସିଥିଲା । ଯାହା ଖୁବ କମ ସମୟରେ ଭାଇରାଲ ହେବାରେ ଲାଗିଥିଲା । ନବୀନଙ୍କ ଏହି ଟ୍ୱିଟକୁ ଅନେକ ରିଟ୍ୱିଟ୍ କରିଥିଲେ । କେହି କେହି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ କମେଣ୍ଟ୍ କରି ତାଙ୍କୁ ମହାନ ଓ ନାୟକ ବୋଲି ବର୍ଣ୍ଣନା କରିଥିଲେ ।

ସେହିପରି ବହୁ ୟୁଜର୍ସ ଟ୍ୱିଟ୍ କରି କହିଛନ୍ତି କି ଅନ୍ୟ ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ ସାର୍ଙ୍କ ଠାରୁ କିଛି ଶିକ୍ଷାଲାଭ କରିବା ଉଚିତ୍ । ସାରା ଦେଶର ପ୍ରତିଟି କୋଣ ଅନୁକୋଣରୁ ନବୀନ ବାବୁଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯାଇଛି । ଏପରିକି ଦେଶରେ ବର୍ତ୍ତମାନ ଯେତେ ବି ବିରୋଧୀ ନେତା ଅଛନ୍ତି ସମସ୍ତଙ୍କ ଠାରୁ ସେ ହିଁ ଶ୍ରେଷ୍ଠ ବୋଲି ଲୋକେ ଟ୍ୱିଟ୍ କରି ଦର୍ଶାଇଛନ୍ତି । କେହି କେହି ତ ନିଜ ଟ୍ୱିଟ୍ରେ ନବୀନ ବାବୁଙ୍କ ପରି ଦେଶରେ ଯଦି ସବୁ ନେତା ହୋଇଯା’ନ୍ତେ ତେବେ ଆମ ଭାରତ ଏକ ସୁନାର ଦେଶ ହୋଇପାରନ୍ତା ବୋଲି ମତ ଦେଇଛନ୍ତି । ଆଉ କିଛି ୟୁଜର୍ସ ନିଜର ଟ୍ୱିଟର ହ୍ୟାଣ୍ଡେଲରେ କହିଛନ୍ତି କି କରୋନା କାଳରେ ଲୋକେ ଅକ୍ସିଜେନ୍ ନପାଇ ମୃତ୍ୟୁବରଣ କରୁଥିବା ବେଳେ ନବୀନ ପଟ୍ଟନାୟକ ସାରା ଦେଶକୁ ଅକ୍ସିଜେନ୍ ଯୋଗାଇ ବହୁ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ।

ରାଜ୍ୟ ବାହାରର ଆଉ କିଛି ୟୁଜର୍ସ ନିଜର ମତ ରଖି କହିଛନ୍ତି କି ଯଦିଓ ଆମକୁ ନିରପେକ୍ଷ ଭାବେ କାହାକୁ ଭୋଟ୍ଦେବାକୁ କୁହାଯାଏ ତେବେ ନିଃସନ୍ଦେହରେ ଆମେ ନବୀନବାବୁଙ୍କ ବିଜେଡିକୁ ଭୋଟ୍ ଦେବୁ । ଏପରି ହଜାର ହଜାର ଟ୍ୱିଟ୍ ଆସିବାରେ ଲାଗିଛି । ଜଣେ ବ୍ୟକ୍ତି ଯିଏ କି ଖୁବ୍ କମ୍ ଟିଭି ପରଦାରେ ଆସିଥାନ୍ତି, ଦେଶର କୌଣସି ବିପର୍ଯ୍ୟୟ ପଡ଼ିଲେ ପ୍ରଥମେ ଦେଶକୁ ଉଚିତ୍ ମାର୍ଗ ଦେଖାନ୍ତି ଓ ସହାୟତାର ହାତ ବଢ଼ାନ୍ତି, ନିଜର ଦୁଃଖ ଅସୁବିଧାକୁ ଆଗେ ନଦେଖି ଦେଶର ଦୁଃଖ ଓ ଅସୁବିଧାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି, କେବେବି ଅନ୍ୟକୁ ଆଘାତ ଦେବା ଭଳି କଥା କୁହନ୍ତି ନାହିଁ, ଦୀର୍ଘବର୍ଷ କ୍ଷମତାରେ ଥିଲେ ବି ନିଜ ନାମରେ ସାମାନ୍ୟ ଦୁର୍ନୀତିର ଛିଟା ପଡ଼ିବାକୁ ଦେଇନାହାନ୍ତି ଏଭଳି ବ୍ୟକ୍ତି ଏ ଦେଶର ମଙ୍ଗ ସମ୍ଭାଳିବାକୁ କ’ଣ ସକ୍ଷମ ନୁହଁନ୍ତି କି ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

Comments are closed.