୧୮ ରୁ ୪୪ ବର୍ଷୀୟଙ୍କୁ ଟୀକାକରଣର ଶୁଭାରମ୍ଭ

78

ମାଲକାନଗିରି : ମାଲକାନଗିରି ପୌରପରିଷଦର ସମସ୍ତ ୧୯ ଟି ଯାକ ୱାର୍ଡରେ ରହୁଥିବା ୧ ୮ ରୁ ୪୪ ବର୍ଷୀୟ ଲୋକଙ୍କୁ କୋଭିଡ ଟୀକା ପ୍ରଦାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଆଜି ମାଲକାନଗିରି ସଦର ମହକୁମା ବୁଟିଗୁଡା ବିଦ୍ୟାଳୟ ଠାରେ ଜିଲ୍ଳାପାଳ ଡ଼ଃ ୟେଦୁଲା ବିଜୟ କରିଛନ୍ତି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ପ୍ରଫୁଲ୍ଲ କୁମାର  ନଦ ଓ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଟୀକାକରଣ ନିମନ୍ତେ ବୁଟିଗୁଡା ସ୍କୁଲ ସହ ବିବିଗୁଡା ସ୍କୁଲ,ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଠାରେ ଟୀକା ପ୍ରଦାନ କେନ୍ଦ୍ର କରାଯାଇଛି । ସକାଳ ୯ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଟୀକା ପ୍ରଦାନ କରାଯିବ । ଏହି ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୧୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯାଇଛି ।

Comments are closed.