ଅଧାବାଟରେ ଟିକା ବିକ୍ରି !

58

କେନ୍ଦୁଝର : ଲୋକଙ୍କୁ ନଦେଇ ଟିକା ବିକି ଦେଲେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଡ଼ଅଁର ପଞ୍ଚାୟତ ସରଳା ପ୍ରାଥମିକ ବିଦ୍ୟାଳୟରେ କରୋନା ଟିକା ଦାନ ଶିବିର ଆୟୋଜନ କରାଯାଇଥିଲା । ଶିବିରକୁ ଟିକା ନେଇ ଯାଉଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ବାଟରେ ଟିକା ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ କେନ୍ଦ୍ରକରି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ କିଛି ଲୋକ ଟିକା ନନେଇ ଫେରିଯାଇଥିବା ଅଭିଯୋଗ ହୋଇଛି । ଏହି ଟିକା କେନ୍ଦ୍ରରେ ୧୨୦ଜଣଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଟିକା ନେବାକୁ ଲୋକେ ସକାଳୁ ସକାଳୁ କେନ୍ଦ୍ରରେ ଭିଡ଼ ଜମାଇଥିଲେ । କିନ୍ତୁ ଟିକା ନେଇ ଯାଉଥିବା ସ୍ୱାସ୍ଥ୍ୟକର୍ମୀ ବହୁ ବିଳମ୍ବରେ ପହଞ୍ଚିଥିଲେ ।

ଏହା ପୂର୍ବରୁ ସମ୍ପୃକ୍ତ କର୍ମଚାରୀମାନେ ବାଟରେଟିକା ବିକ୍ରି କରିଥିବା ଏକ ଭିଡ଼ିଓ ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ସାରିଥିଲା । ଏହାକୁ କେନ୍ଦ୍ରକରି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସମସ୍ତଙ୍କ ଉପସ୍ଥିତିରେ ଟିକାର ଭାଏଲଗୁଡ଼ିକୁ ଯାଞ୍ଚ କରାଯାଇଥିଲା । ୧୨ଟି ଭାଏଲରୁ ଗୋଟିଏ ସିଲ୍ ଖୋଲାଥିବା ବେଳେ ସେଥିରେ ଆବଶ୍ୟକ ପରିମାଣର ଟିକାନଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀମାନେ ପ୍ରତିବାଦ କରିବା ସହ ପାଟିତୁଣ୍ଡ କରିଥିଲେ । ଟିକା ଦେବାକୁ ଯାଇଥିବା କର୍ମଚାରୀମାନେ ବାଟରେ ସେମାନଙ୍କର କିଛି ସମ୍ପର୍କୀୟଙ୍କୁ ଟିକା ଦେଇଥିବା ସ୍ୱୀକାର କରିବା ସହ ଲୋକଙ୍କୁ କ୍ଷମା ମାଗିଛନ୍ତି ।

Comments are closed.