ଟିଟିଲାଗଡ଼ ଭୂତଳ ପୋଲ ଦେଇ ବିପଦ ସଙ୍କୁଳ ଅବସ୍ଥାରେ ଲୋକେ ହେଉଛନ୍ତି ଯିବାଆସିବା, ପ୍ରଶାସନର ଦୃଷ୍ଟି ପଡୁ ନାହିଁ

76

ଟିଟିଲାଗଡ଼ : ଟିଟିଲାଗଡ଼ ସହରର ପ୍ରାୟ ଲୋକ ଝାଙ୍କର ପଡ଼ା ଭୂତଳ ପୋଲ ଦେଇ ରାଧାକୃଷ୍ଣ ମନ୍ଦିର ହୋଇ ସହର ଭିତରକୁ ଅତି ସହଜରେ ପ୍ରଵେଶ କରିଥାନ୍ତି । ଅନ୍ୟପଟେ ଓଭର ବ୍ରିଜ ଦେଇ ବୁଲିବାକୁ ପଡ଼ୁଥିବା ଯୋଗୁଁ ସହରର ପ୍ରାୟ ଲୋକ ଏହି ଭୂତଳ ପୋଲ ଉପରେ ଯିବା ଆସିବା କରିବା ପାଇଁ ନିର୍ଭର କରିଥାନ୍ତି । ପରିତାପର ବିଷୟ ଯେତେ ଅଭିଯୋଗ କଲେ ମଧ୍ୟ ଆଖି ଦେଖାଣିଆ ଟିକିଏ କାମ କରି ଛାଡି ଦିଆଯାଉଛି । ପୁଣି ଟିକିଏ ବର୍ଷା ହେଲେ ଭିତର ପଟୁ ଆଉ ଯାଇ ଆସି ହୁଏ ନାହିଁ । ସେଥିରେ ପୁଣି ନାଳ ପାଣି ଆସୁଥିବା ଯୋଗୁଁ ଭିତର ପଟେ ଖାଲ ହୋଇ ଗଲାଣି । ସେହି ଖାଲ ରାସ୍ତା ଦେଇ ଯିବା ଆସିବା ଜିବନ ପ୍ରତି ବିପଦ ମଧ୍ୟ ରହୁଛି ।

ପ୍ରାୟ କିଛି ନା କିଛି ଲୋକ ଏହି ଭୂତଳ ପୋଲ ଭିତରେ ପଡି ଯାଉଥିବା ଦେଖିବାକୁ ମିଳୁଛି । ହାଟପଦା ରେଳ ଫାଟକ ବନ୍ଦ ହେବା ପରେ ଆହୁରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ପୂର୍ବରୁ ଏହି ଅସୁବିଧା ବିଷୟରେ ଲେଖିବା ସହ ହାଟପଦା ପଡ଼ା ରେଳ ଫାଟକ ପାଖରେ ଫୁଟ ଓଭର ବ୍ରିଜ ନିର୍ମାଣ ପାଇଁ ଟିଟିଲାଗଡ଼ ନାଗରିକ କମିଟି, ବଣିକ ସଂଘ, ବିଜେପି ଦଳର ନେତୃତ୍ବ ବୃନ୍ଦ ମଧ୍ୟ ଲେଖିକୀ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପତ୍ର ପ୍ରେରଣ କରିଛନ୍ତି । ଭୂତଳ ପୋଲ ଭିତର ଏବଂ ବାହାର ରାସ୍ତା ମରାମତି ପାଇଁ ଦାବି ସହ ଏଫ୍ ଓ ବି ନିର୍ମାଣ ଶୀଘ୍ର କଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Comments are closed.