କ୍ୟାନ୍ସର ପୀଡ଼ିତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଲା ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା

63

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆମ୍ବପୁଆ ଗଜପତିନଗର ୫ମ ଲେନର ଦେବୀପ୍ରସାଦ ଦାଶଙ୍କ ପୁଅ ସନ୍ତୋଷ ଦାଶ (୩୮) । ତୃତୀୟ ଶ୍ରେଣୀରେ ପାଠ ପଢା ଛାଡି ହୋଟେଲ୍ ରେ ଚା କପ୍ ଓ ଅଇଁଠା ବାସନ ମାଜିବା ପାଇଁ ରହିଲେ । ବଡ଼ ହେବା ପରେ ମୂଲ ଲାଗି ଯାହା ଆଣିଲେ ସେଥିରେ ଚଳିଲେ । ବଡ଼ ହୋଇ ବାହାଘର ପରେ ଓଟ ଟିଏ କିଣି ପରିବାର ଚଳାଇଲେ । ସନ୍ତୋଷଙ୍କ ଗୋଟେ ଝିଅ ୧୪ ବର୍ଷର ଏବଂ ଗୋଟେ ପୁଅ ୧୨ବର୍ଷ ଓ ଆଉ ଗୋଟେ ପୁଅ ୩ ବର୍ଷର ।
ବେଳଗୁଣ୍ଠାରୁ ଆସି ଦୀର୍ଘ ୨୦ ବର୍ଷ ହେବ ଘର ଭଡାରେ ରହି ଅଟୋ ଚଳାଇ ପିଲାଙ୍କ ପାଠ ପଢା ବି ବୁଝନ୍ତି । ରୋଜଗାର କମ୍ କିନ୍ତୁ ବେସ୍ ହସ ଖୁସିରେ ଥିଲେ ପରିବାରକୁ ନେଇ । କିନ୍ତୁ କିଏ ଜାଣିଥିଲା ତାଙ୍କ ହସ ଖୁସିର ପରିବାର ଉପରେ ଦୁଃଖର କଳାପାହାଡ଼ ଆସି ମାଡି ବସିବ ବୋଲି । ତମ୍ବାଖୁ , ଗୁଟୁକା ଖାଇ ଖାଇ ପିଲାବେଳୁ ଆଜି ସେ ମୁଖ କର୍କଟ ରୋଗରେ ପୀଡିତ ଅଛନ୍ତି । ଚିକିତ୍ସା ଏବଂ ପରିବାର ପ୍ରତିପୋଷଣ ପାଇଁ ସେ ଏବେ ସର୍ବହରା ହୋଇ ପଡିଛନ୍ତି ।

ଗତ ଜାନୁଆରୀ ମାସରେ ଆରମ୍ଭ ହେଲା ଚିକିତ୍ସା । ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ତାପରେ ଭୁବନେଶ୍ୱର ଏମ୍ସ୍ ହସ୍ପିଟାଲରେ ୩ ଥର ଅପରେସନ ସରିଲା । ମୁଣ୍ଡରୁ ସ୍କିନ୍ ବାହାର କରି ଗାଲରେ ଏବଂ ଜଙ୍ଘରୁ ସ୍କିନ୍ ବାହାର କରି ମୁଣ୍ଡରେ ଲଗାଯିବା ପରେ ଏବେ ଶେଷ ଅପରେସନ ବାକି ରହିଛି ଗଳାର । ଚିକିତ୍ସା କେବଳ ମାଗଣା କିନ୍ତୁ ଷ୍ଟିଲ୍ ରଡ଼ ପାଇଁ ଏବଂ ଯାଆ ଆସ ଖର୍ଚ୍ଚ ପାଇଁ ଆବଶ୍ୟକ ପଡିଥିଲା ଲକ୍ଷାଧିକ ଟଙ୍କା । ଯାହା ସେ ଚଳାଉ ଥିବା ଓଟ ବନ୍ଧା ପକାଇ ଦୁଇଟି ଅପରେସନ କରି ଥିବା ବେଳେ । ଗତ ମାସରେ ବିଧାୟକ ବିକ୍ରମ ପଣ୍ଡା ୫ ହଜାର ଟଙ୍କା ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଠାରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପାଇ ତୃତୀୟ ଅପରେସନ୍ କରିଲେ ।

ସୋସିଆଲ୍ ମିଡିଆ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଠାରୁ ଖବର ପାଇ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶିବ ଶଙ୍କର ଦାଶ୍ ଙ୍କୁ ୪ନଂ ଅପରେସନ୍ ପାଇଁ ଜଣାଇବା ପରେ ଆଜି ସଂଗଠନର ରାଜ୍ୟ ଉପସଭାପତି ଦୀପକ୍ ପାଣିଗ୍ରାହୀ, ବିଭୁ ପ୍ରସାଦ ଠାକୁର, ରଙ୍ଗରାଜ ପାଣିଗ୍ରାହୀ, ଘନଶ୍ୟାମ ସାହୁ, ସିଦ୍ଧେଶ୍ୱର ପାଣିଗ୍ରାହୀ, ବିନାୟକ ପ୍ରସାଦ ପୁରୋହିତ, ଏ. ସୀମାଦ୍ରୀ ପାତ୍ର, ରାକେଶ ପାତ୍ର, ଶିବ ଶଙ୍କର ପାଣିଗ୍ରାହୀ, ବିବେକ୍ ମହାରଣା, ଅଜିତ୍ କୁମାର ବରଡା ପ୍ରମୁଖ ତାଙ୍କ ପାଖରେ ପହଂଚି ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ଏବଂ ଆଗାମୀ ଦିନରେ ତାଙ୍କ ଚିକିତ୍ସା ଓ ପିଲାଙ୍କ ପାଠପଢା ପାଇଁ କିଛି ବ୍ୟବସ୍ଥା କରାଯିବ ବୋଲି ପ୍ରତିଷ୍ଠାତା ଶିବ ଶଙ୍କର ଦାଶ କହିଛନ୍ତି ।

Comments are closed.