ସଂନ୍ଧ୍ୟାଧୂପ ପରେ ନୀଳାଦ୍ରି ବିଜେ

67

ପୁରୀ : ଚତୁର୍ଦ୍ଧାମୂର୍ତିଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଆଜି ସଂନ୍ଧ୍ୟାଧୂପ ପରେ ଆରମ୍ଭ ହେବ । ରଥ ଉପରେ ଶ୍ରୀଜୀଉମାନଙ୍କ ସଂନ୍ଧ୍ୟାଧୂପ ନୀତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧା ହେବ । ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଡ଼ୋରଲାଗି ନୀତି ଅନୁଷ୍ଠିତ ହେବ । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀ ସୁଦର୍ଶନ, ପରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ । ମା ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲା ଭୋଗ କରାଯିବା ସହ ରୁକ୍ମିଣୀ ବିବାହର ଗଇଁଠାଳ ଫିଟିବ ।

ଆଜି ସକାଳ ୫ଟା ୪୦ ରେ ମଙ୍ଗଳ ଆଳତୀ, ୬ଟା ୨୦ ରେ ଅବକାଶ ପୂଜା, ସାଢ଼େ ୭ଟାରେ ଗୋପାଳ ବଲ୍ଲଭ ପୂଜା, ୮ଟା ୫୫ ରେ ତିନି ରଥରେ ସକାଳ ଧୂପ ନୀତି ଆରମ୍ଭ ହୋଇଥିଲା । ପୂର୍ବାହ୍ନ ୧୦ଟା ରେ ମଇଲମ, ମହାସ୍ନାନ ଓ ସର୍ବାଙ୍ଗ ବେଶ ହୋଇଥିଲା । ଦିନ ୧୧ଟାରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଛି ।

Comments are closed.