ଟିଟିଲାଗଡ଼ ହାଟପଦା ପଡ଼ା ୧୪ ନମ୍ବର ୱାର୍ଡରେ ଭଡ଼ାରେ ରହୁଥିବା ମହିଳାଙ୍କ ମୃତ୍ୟୁ

83

-ପୋଲିସ ଅନୁସନ୍ଧାନରୁ ଜଣା ପଡ଼ିବ ପ୍ରକୃତ ଘଟଣା କଣ ?

ଟିଟିଲାଗଡ଼ : ଟିଟିଲାଗଡ଼ ହାଟପଦା ପଡ଼ା ୱାର୍ଡ ନମ୍ବର ୧୪ ରେ ବିଭୂତି ଦଳାଇଙ୍କ ଘରେ ତିନି ଚାରି ବର୍ଷ ହେବ ଭଡ଼ାରେ ରହୁଥିଲେ ଭୁବନେଶ୍ୱରର ଲିଯା ଡାକୁଆ । ଆଜି ସକାଳୁ ଲିଯାଙ୍କ ଘର କବାଟ ମେଲା ଥିବା ଦେଖି ଘର ମାଲିକ ବିଭୂତି ନିଜ ସ୍ତ୍ରୀ ଙ୍କୁ ଡାକି ଦେଖିବା ପାଇଁ କହିଥିଲେ । ଲିଯା ଲିଯା ବୋଲି ଡ଼ାକିବାରୁ ସେ କିଛି ଉତ୍ତର ନ ଦେବାରୁ ସେ ପାଖ ପଡୋଶୀଙ୍କୁ ଡାକିବା ସହ ତାଙ୍କ ପରିବାର ଲୋକଙ୍କୁ, ତାଙ୍କ ସ୍ବାମୀଙ୍କୁ ଫୋନ୍ କରି ଜଣାଇବା ପରେ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଲିଯାଙ୍କ ମୃତ୍ୟୁ କିପରି ହେଲା ? କଣ ପାଇଁ ହେଲା? ପୋଲିସ ତଦନ୍ତରୁ ତଥା ଶବ ବ୍ୟବଛେଦ ରିପୋର୍ଟ୍ ଆସିବା ପରେ ଜଣା ପଡ଼ିବ ।

Comments are closed.