ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

58

-ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି – ସୌମ୍ୟଙ୍କ ବଡ଼ ଭାଇ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପୋଲିସ ଓ କ୍ରାଇବ୍ରାଂଚ ପକ୍ଷରୁ ଜାରୀ ରହିଛି । ଗତକାଲି ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା, ଗୁରୁଣ୍ଡି ଥାନା ଓଆଇସି ମମତା ପଣ୍ଡା ଓ ଡ଼୍ରାଇଭର ପ୍ରମୋଦ ସାହୁଙ୍କୁ ପୋଲିସ ଜେରା କରିଥିଲା । ତେବେ ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି କହିଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ବଡ଼ ଭାଇ । ଘରେ ସ୍ୱାମୀ ସ୍ତ୍ରୀ ଥିଲେ । ସ୍ୱାମୀ ପୋଡ଼ିଗଲା । ସ୍ତ୍ରୀ ଜାଣିପାରିଲେନି କିପରି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଘଟଣା ଘଟିବା ପରେ କ୍ୱାର୍ଟର୍ସର ଚାବି ବିଭାଗ ପାଖରେ କାହିଁକି ରହିଥିଲା । ସୌମ୍ୟଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡ଼ିକାଲକୁ ନିଆଯାଇଥିଲା । ବ୍ରହ୍ମପୁର ରେଫର୍ ଲେଖାହୋଇ ପୁଣି କଟାଯାଇ କଟକ ପଠାଯିବା ପଛରେ କାରଣ କଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆମେ କହୁଥିଲୁ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ହେଲେ, ସେମାନେ କହୁଥିଲେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ଏବେ ପଦାକୁ ଆସୁଥିବା ଚିଠିରୁ ପ୍ରମାଣିତ ହେଉଛି କିଏ ସତ କହୁଥିଲା । ବଲାଙ୍ଗିର କଥା କହିଥିଲୁ, ସତ ହେଲା, ତାହେଲେ କିଏ ନେଇକି ଯାଇଥିଲେ । ସେହିପରି ଭୁବନେଶ୍ୱର କାହା ସହ ଯାଇଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସୌମ୍ୟରଞ୍ଜନଙ୍କ ଭାଇ ।

Comments are closed.