ବେଳାଭୂମିରେ ମଦ ଦୋକାନ ଟେଂଡରକୁ ବିରୋଧ କରି ସି ପି ଆଇ ଏମ ର ବିକ୍ଷୋଭ

64

ପୁରୀ : ପୁରୀ ଓ କୋଣାର୍କ ବେଳାଭୂମି ରେ ଓଡିଶା ପର୍ଯଟନ ଉନ୍ନୟନ ନିଗମ ମଦ ଦୋକାନ ଖୋଲିବା ପାଇଁ ଟେଂଡର କୁ ବିରୋଧ କରି ଆଜି ସି ପି ଆଇ ଏମ ତରଫରୁ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖ ରେ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟ ରେ ଦାବି ପତ୍ର ଦିଆଯାଇଛି । ପୁରୀ ସି ବିଚ ସହର ବାସୀ ଙ୍କ ସମେତ ପର୍ଯ୍ୟଟକ ଙ୍କ ବସିବା ଓ ବୁଲିବା ପାଇଁରମଣୀୟ ଅଟେ ଓ ଏହା ସୁରକ୍ଷିତ ମଧ୍ୟ । ମଦ ଦୋକାନ ଖୋଲିଲେ ଜନସାଧାରଣଙ୍କ ସୁରକ୍ଷା ବିପର୍ନ ହେବ, ଅସାମାଜିକ କାର୍ଯକଳାପ ବଢିବ । ମଦ ସମାଜ କୁପଥଭ୍ରଷ୍ଟ କରିବ । ପର୍ଯଟକଙ୍କୁ ଆକୃଷ୍ଟ ନାମରେ ଓ ରାଜସ୍ଵ ସଂଗ୍ରହକୁ ଆଳ କରି ମଦ ଦୋକାନ ଖୋଲି ବାକୁ ସରକାର ଙ୍କ ନଷ୍ପିତ ସାମାଜିକ ସ୍ତରରେ ବିଶୃଙ୍ଖଳା ସୃଷ୍ଟି ହେବ ।

ଦେଶରେ କେତେକ ରାଜ୍ୟରେ ମଦ ବିକ୍ରୟ ନିଷେଧ ଥିବା ବେଳେ ଓଡିଶା ସରକାର ମଦ ଦୋକାନ ଖୋଲିବାକୁ ଟେଂଡର ଦେବା ନନ୍ଦିନୀୟ ଘଟଣା । ସରକାର ସ୍ଵଚ୍ଛ ପୁରୀ ,ପବତ୍ରି ପୁରୀ ଗର୍ବ ଆମରି ସ୍ଲୋଗାନକୁ ପୁରୀ ସହର ରେ ପ୍ରଚାର କରୁଥିବା ବେଳେ ବେଳାଭୂମି ରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେବା ଓ ଟେଂଡରର ଆହୱାନ କରିବା ପ୍ରଶାସନର ଦୋମୁହଁ ନୀତି ଅଟେ ଯାହା ଦ୍ୱାରା ଯୁବ ସମାଜ ପଥଭ୍ରଷ୍ଟ ହେବ, ଅରାଜକତା ବଢିବ । ସମାଜବ୍ୟବସ୍ଥା ବିଗିଡିର୍ଯିବ ବୋଲି ଶରତକୁମାରରାୟଗୁରୁ, ଜଗନ୍ନାଥ ଦେଓ, ଗୋବିନ୍ଦ ନାୟକ, ରଂଜିତ ନାୟକ, ରବି ପ୍ରଧାନ ଟୁନା ନାୟକ, ବସନ୍ତ ମହାନ୍ତି, ପ୍ରମୋଦ ବେହେରା ନବୀନ ମହାରଣା ପବିତ୍ର ଓଝା, ସୁଶାନ୍ତ ମହାରଣା, ହିମାଂଶୁ ଜେନା, ବାହାନ ପରିଡା ଗୟାଧର ପାଣ୍ଡଵ କହିଛନ୍ତି । ପୁରୀ ସହରକୁ ସମ୍ପୂର୍ଣ୍ଣ ମଦ ମୁକ୍ତ ଘୋଷଣା କରିବା, ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଓଡିଶା ପର୍ଯ୍ୟଟନ ଉର୍ଣ୍ଣୟନ ବିଭାଗ ଆହ୍ୱାନ ଆହୱାନ କରିଥିବା ଟେଂଡର କୁବାତିଲ କରିବା, ପୁରୀରେ ଥିବା ବ୍ଲୁ ଫ୍ଲାଗ ବିଚକୁ ଅବରୋଧ ମୁକ୍ତ କରାଯାଇ ସମସ୍ତଙ୍କ ପାଇଁ ନିଶୁକ୍ଳ ବ୍ୟବସ୍ଥା କରିବା, ପୁରୀ ର ବିସ୍ତିର୍ଣ ବେଳାଭୂମିକୁ ଜବରଦଖଲ ମୁକ୍ତ କରିବାକୁ ଦାବୀ କରିଥିଲେ ।

Comments are closed.