ଦିନ ଦ୍ବିପହରରେ ଦୁଇ ଲକ୍ଷ ଲୁଟିନେଲେ ଲୁଟେରା, ସିସିଟିଭି ଫୁଟେଜ ହସ୍ତଗତ

82

ଟିଟିଲାଗଡ଼ : ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନିଜ ମାଲିକଙ୍କ ଠିକାଦାର ପଡ଼ା ଘର ପାଖ ବୁଲାଣି ପାଖରୁ ପଛ ପଟରୁ ଆସି ଧରିଥିବା ଟଙ୍କା ଝାମ୍ପି ବାଇକ ଲୁଟେରା ଫେରାର ମାରିଲେ । ଲୁଟର ଭିଡିଓ ସିସିଟିଭିରେ କଏଦ । ପୋଲିସର ତଦନ୍ତ ଆରମ୍ଭ । କିଛି ଦିନ ପୂର୍ବରୁ ଜୟନ୍ତୀ ହୋଟେଲ୍ ସମ୍ମୁଖରୁ ମଧ୍ଯ ବାଇକ ଲୁଟେରା ପାଖାପାଖି ୪୦,୦୦୦ ଟଙ୍କା ଝ।ମ୍ପି ନେଇ ଫେରାର ମାରିଥିଲେ । ଦିନକୁ ଦିନ ଏହି ଲୁଟେରା ଗ୍ୟାଙ୍ଗର ଦୌରତ୍ମ୍ୟ ବୃଦ୍ଧି ପାଇଛି । ପୋଲିସକୁ ମଧ୍ଯ ଖୋଲା ଚ୍ୟାଲେଞ୍ଜ ଦେଇ ଚାଲିଚି ଲୁଟ । ପୋଲିସ ପ୍ରଶାସନକୁ ଅନୁରୋଧ ଯଥା ଶୀଘ୍ର ଏହି ଗ୍ୟାଙ୍ଗକୁ ଠାବ କରି ଏମାନଙ୍କୁ ଉଚିତ୍ ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି ।

Comments are closed.