କ୍ୟାଡ଼ର ମାଓବାଦୀ ଆଏଡୁ କୋର୍ସାର ଆତ୍ମସମର୍ପଣ

79

ବଲାଙ୍ଗିର : ପୋଲିସ ନିକଟରେ ଆତ୍ମସମର୍ପଣ କରିଛି କେକେବିଏନ କ୍ୟାଡ଼ର ମାଓବାଦୀ ଆଏଡୁ କୋର୍ସା । ଉତରାଚଂଳ ଡିଆଇଜି ଓ ବଲାଙ୍ଗିର ଏସପିଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛି । ଆଏଡୁର ଘର ଛତିଶଗଡ଼ ବିଜାପୁର ଜିଲ୍ଲା ଗାଙ୍ଗଲୋର ଥାନା ଅନ୍ତର୍ଗତ ମାନକେଲ ଗାଁରେ । ସେ ଦୀର୍ଘ ଦିନ ଧରି ନକ୍ସଲ ସଂଗଠନ ସହିତ ଜଡ଼ିତ ଥିଲା । ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିଲା ।

Comments are closed.