ପୁଣି ସିସିଡି ସ୍ୱେଚ୍ଛାସେବୀ ଅନୁଷ୍ଠାନର ବଦାନ୍ୟତା କୋଭିଡ୍ ମୁକାବିଲା ପାଇଁ ୩ହଜାର ଏନ୍‌୯୫ ମାସ୍କ ପ୍ରଦାନ

81

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି କରୋନା ସଙ୍କଟରେ ବହୁ ବଦାନ୍ୟତା ଦେଖାଇ ଅକ୍ସିଜେନ୍ ସିଲିଣ୍ଡରଠାରୁ ଆରମ୍ଭ କରି ଯାହା ସମ୍ଭବ କରୋନା ମୁକାବିଲା ପାଇଁ ସହଯୋଗ କରି ଆସୁଛନ୍ତି । ଗଜପତି ଜିଲ୍ଲା ପ୍ରଶାସନକୁ ବର୍ତ୍ତମାନ ପୁଣି ୩ ହଜାର ଏନ୍‌୯୫ ମାସ୍କ ପ୍ରଦାନ କରି ବଦାନ୍ୟତା ଦେଖାଇଛି ସିସିଡି ଅନୁଷ୍ଠାନ ।

ଏହି ଅନୁଷ୍ଠାନର ସହଭାଗିତା ସ୍ୱେଚ୍ଛାସେବୀ ଅନୁଷ୍ଠାନ ବେଙ୍ଗାଲୁର ଠାରେ ଥିବା “ଭୂମୀ” ଆନୁକୁଲ୍ୟରେ ଏହି ମାସ୍କ ପ୍ରଦାନ କରିଛନ୍ତି । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ରଙ୍କୁ ମାସ୍କଗୁଡିକ ହସ୍ତାନ୍ତର କରିଥିବାର ଜଣାପଡିଛି । ଜିଲ୍ଲାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ବେଳେ କୋଭିଡ୍ ବିରୁଦ୍ଧରେ ଲଢେଇ ଜାରି ରହିଛି । ଏହାକୁ ଦେଖି ବାଙ୍ଗଲୋରର “ଭୂମୀ” ସଂସ୍ଥା ତରଫରୁ ଗଜପତିର ସିସିଡି ସଂସ୍ଥା ମାଧ୍ୟମରେ ଏହି ମାସ୍କ ସାଧାରଣଙ୍କୁ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି । ଏହି ମାସ୍କ ପ୍ରଦାନ କାର୍ଯ୍ୟକ୍ରମରେ ସିସିଡିର ମୁଖ୍ୟ ଏ.ଜଗନ୍ନାଥ ରାଜୁ ଉପସ୍ଥିତ ଥିଲେ ।

Comments are closed.