ଡିଜିଟାଲ ହେଲା ଶକ୍ତି ବିଭାଗ : ୯ଟି ଅନ୍ଲାଇନ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

76

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତି ବିଭାଗର ଅନ୍ଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି । ୫-ଟି କାର୍ଯ୍ୟକ୍ରମ ଅଧିନରେ ୯ଟି ସେବା ଅନ୍ଲାଇନରେ ଉପଲବ୍ଧ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସବୁ କ୍ଷେତ୍ରରେ ରୂପାନ୍ତରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଅନଲାଇନ ସେବା ଦ୍ୱାରା ଶିଳ୍ପାନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଉପକୃତ ହେବେ । ଡିଜିଟାଲ ରୂପାନ୍ତରଣରେ ଲୋକଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଅନ୍ଲାଇନ୍ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାଧାରଣ ଲୋକଙ୍କ ହାତପାହାନ୍ତାରେ ପହଞ୍ଚି ପାରିବ ସେବା । ଏଣିକି ଅନଲାଇନରେ ବୈଦ୍ୟୁତିକ ଲାଇସେନ୍ସ ଆବେଦନ ଓ ନବୀକରଣ କରାଯିବ । ସେହିପରି ଇଲେକ୍ଟ୍ରିକାଲ ଡ୍ରଇଁକୁ ଅନୁମତି, ଜରୁରିକାଳୀନ ଅନୁଧ୍ୟାନ ରିପୋର୍ଟ,ସ୍ୱଳ୍ପକାଳୀନ ଲାଇସେନ୍ସ ପ୍ରଦାନ ଆଦି ବ୍ୟବସ୍ଥା ଅନ୍ଲାଇନ୍ ଯୋଗେ ହୋଇପାରିବ ।

କାର୍ଯ୍ୟକ୍ରମରେ ସାମିଲ ହୋଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗର ବିଭିନ୍ନ ଯୋଜନା ଓ ଉପଲବ୍ଧି ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ପରିଚାଳନା କରିଥିବା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ତେବେ ଉପଭୋକ୍ତାମାନେ edistrict.odisha.gov.in, eicelectricityodisha.nic.in ରେ ଏହାର ସୁବିଧା ନେଇପାରିବେ ବୋଲି ସୂଚନା ଦିଆଯାଇଛି ।

Comments are closed.