ନାବାଳକକୁ ଅପହରଣ ଓ ହତ୍ୟା ମାମଲା : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

80

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣପଲ୍ଲୀ ଗ୍ରାମରେ ନାବାଳକକୁ ଅପହରଣ ଓ ହତ୍ୟା ମାମଲାର ଅଭିଯୁକ୍ତ ଲିଙ୍ଗରାଜ ସେଠୀକୁ ବ୍ରହ୍ମପୁର ଏଡ଼ିଜେ-୧ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୀର୍ଘ ୨ ବର୍ଷ ଧରି ଚାଲିଥିବା ଏହି ମାମଲାରେ ବିଭିନ୍ନ ତଥ୍ୟ ଓ ପ୍ରମାଣକୁ ଆଧାର କରି ଏହି ଦଣ୍ଡାଦେଶ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗୁରୁଣ୍ଠି ଗ୍ରାମର ଭିକି ସେଠୀ (୧୫)ଙ୍କୁ ଗତ ୬.୧୨.୨୦୧୮ ରେ ହତ୍ୟା କରାଯାଇଥିଲା । ଏ ସମ୍ପର୍କରେ ସଦର ଥାନା କେସ୍ ନଂ ୨୮୭/୧୮ ରେ ଏକ ମାମଲା ରୁଜ୍ଜୁ ହୋଇଥିଲା ।

Comments are closed.