ତୃତୀୟ ଲହର ପାଇଁ ରାଜ୍ୟ ପ୍ରସ୍ତୁତ – ସ୍ୱାସ୍ଥ୍ୟ ନିର୍ଦେଶକ

65

ଭୁବନେଶ୍ୱର : କୋଭିଡର ସମ୍ଭାବିତ ତୃତୀୟ ଲହର ନେଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ଯେ – ସରକାରଙ୍କ ଗାଇଡଲାଇନ ଅନୁସାରେ ପେଡିଆଟ୍ରିକ ବେଡ୍ ସଂଖ୍ୟା ବଢ଼ିବା ନେଇ ପ୍ରସ୍ତୁତି ଚାଲିଛି । ଏହାଛଡ଼ା ଆବଶ୍ୟକୀୟ ଉପକରଣ, ଅକ୍ସିଜେନ ଲାଗି ଭିତିଭୂମି ପ୍ରସ୍ତୁତ ରହିଛି । ଅକ୍ସିଜେନ ପ୍ଲାଂଟର ବ୍ୟବସ୍ଥା ମଧ୍ୟ କରାଯିବା ସହ ସେ ଅ ଜେନେରାଲ ବେଡ ଯେତିକି ବଢ଼ିବା କଥା ତାହା ମଧ୍ୟ ବଢ଼ିଛି ।

ସେ କହିଛନ୍ତି ଯେ କୋଭିଡ ନିୟମ ମାନିଲେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବା ତା’ଛଡ଼ା ତୃତୀୟ ଲହର ଆସୁ ବା ନ ଆସୁ ଏଥିଲାଗି ସମସ୍ତଙ୍କୁ ପ୍ରସ୍ତୁତ ରହିବା ଉଚିତ ।

ସେ କହିଛନ୍ତି ଯେ ୩୦୦୦ ବେଡ଼ ବିଭିନ୍ନ ହସ୍ପିଟାଲ, ଘରୋଇ କୋଭିଡ ହସ୍ପିଟାଲ, ସରକାରୀ ଡାକ୍ତରଖାନା, ମେଡ଼ିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିବ । ସେହିପରି କେନ୍ଦ୍ରର ଆକଳନ ଅନୁସାରେ ଦୈନିକ ୧୦ ହଜାର ପିକ ହେଲେ ୬୦୦ ବେଡ଼ ଶିଶୁଙ୍କ ପାଇଁ ଆବଶ୍ୟକ । ପିଲାଙ୍କ ଚିକିତ୍ସା ପାଇଁ ୩୦ କୋଟି ଟଙ୍କାର ଉପକରଣ ଓ ଔଷଧ ସରକାର କିଣିବା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଡ୍ରଗ୍ସ ଚାହିଦା ଅନୁଯାୟୀ ପୂର୍ବାପେକ୍ଷା ଅଧିକ ରହିଛି । ଯେହେତୁ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି, ତା ପାଇଁ ଆବଶ୍ୟକ ଟ୍ରେନିଂ ଦିଆଯାଉଛି ।ଉପରୁ ତଳ ସ୍ତର ଯାଏ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସମସ୍ତଙ୍କୁ ଟ୍ରେନିଂ ଦିଆଯାଉଛି । ଆମେ ବତର୍ତ୍ତମାନ ଦ୍ୱିତୀୟ ଲହରରେ ଅଛେ, ସଂକ୍ରମଣ ଏବେବି ରହିଛି । ଯେଉଁ ଅଂଚଳରେ ଅଧିକ ଲୋକ ରହୁଛନ୍ତି, ସେଠି ସଂକ୍ରମଣ ରହୁଛି । ଅନ୍ୟ ରାଜ୍ୟ, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଲାଣି । ସେହିଭଳି ଭାବେ ସଦାସର୍ବଦା ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Comments are closed.