ଅନଲାଇନ କରାଟେ ପ୍ରତିଯୋଗିତାରେ ଟିଟିଲାଗଡ଼ କରାଟେ ଅନୁଷ୍ଠାନରୁ ୬ ଜଣଙ୍କ କୃତିତ୍ୱ

70

ଟିଟିଲାଗଡ଼ : ସର୍ବ ଭାରତୀୟ ଓପନ ଇ କାତା ଚାମ୍ପିୟନ ସିପରେ ଟିଟିଲାଗଡ଼ କରାଟେ ଆସୋସିସନ ଅନୁଷ୍ଠାନ ତରଫରୁ ୯ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ କାତାରେ ଜୁନିୟର ବିଭାଗରେ ବୈଷ୍ଣବ କବାଟ, ପୁନମ କବାଟ , ଚୈତନ କବାଟ, ଲମ୍ବୋଦର ବନଛୋର ଏବଂ ପ୍ରଭାସ ବନଛୋର ସବଜୁନିୟର ବିଭାଗରେ କାତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ ପଦକ ହାସଲ କରିଥିବା ବେଳେ ସିନିୟର ବ୍ଲେକ ବେଲ୍ଟରେ ସୁଜିତ ଶର୍ମା ଦିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜିତେନ୍ଦ୍ରିୟ ପୃଷ୍ଟି ମେନ ବ୍ଲାକ ବେଲ୍ଟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ଟିଟିଲାଗଡ଼ ଡାକ ବଙ୍ଗଳାରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ମାନପତ୍ର, ପଦକ ସହ ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ଟିଟିଲାଗଡ଼ ତହସିଲଦାର ପ୍ରେମଲାଲ ହିଆଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ର ବରିଷ୍ଠ କ୍ରୀଡ଼ାବିତ ହରି ଥପା, ନାଗରିକ କମିଟିର ସମ୍ପାଦକ ତଥା ଯୁବ ଆଇନ ଜୀବି ମନୋଜ ହାତୀପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବକୁ କରାଟେ ଅନୁଷ୍ଠାନର ସମ୍ପାଦକ କେଦାର କବାଟ ସହଯୋଗ କରିଥିବା ବେଳେ କୋଷାଧକ୍ଷ ପ୍ରମୋଦ ପାଲ ସଭା ପରିଚାଳନା କରିଥିଲେ। ଏହି ଅବସରରେ କରାଟେ ପ୍ରଶିକ୍ଷଣ ପାଇଁ ଅନୁଷ୍ଠାନର ସମ୍ପାଦକ ସନସାଇ କେଦାର କବାଟ ଏବଂ ସନସାଇ ଜିତୁପୃଷ୍ଟିଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଛତିଶଗଡରାଜ୍ୟର ସନସାଇ ମନିସ କୁମାର ବାଗଙ୍କ ତତ୍ତ୍ୱବଧାନରେ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସଭାପତି ଅମରଜିତ ବାଗ, ଉପସଭାପତି ଅଚ୍ୟୁତ ସାହୁ, ସାଇ ଗୌରବ ପାତ୍ର, ଶିଵ ପୃଷ୍ଟି, ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.