ସହରବାସୀଙ୍କ ନିମନ୍ତେ ୱାର୍ଡ଼ ୱାରୀ ଦର୍ଶନ ଆରମ୍ଭ

64

ପୁରୀ : ଆଜିଠାରୁ ସହରବାସୀଙ୍କ ନିମନ୍ତେ ୱାର୍ଡ଼ ୱାରୀ ଦର୍ଶନ ଆରମ୍ଭ ହୋଇଛି । ଆଜି ସକାଳ ୭ଟା ଠାରୁ ସାଢ଼େ ୧୦ଟା ମଧ୍ୟରେ ୩ ନଂ, ୧୫ ନଂ ଓ ୧୮ ନଂ ୱାର୍ଡ଼ର ଅଧିବାସୀ ଓ ଘରଭଡ଼ାରେ ନେଇ ରହୁଥିବା ଲୋକ ମାନେ ଦର୍ଶନ କରିଛନ୍ତି । ସେହିପରି ୧୧ଟାରୁ ସାଢ଼େ ୨ଟା ମଧ୍ୟରେ ୬ ନଂ ଓ ୯ ନଂ ୱାର୍ଡ଼ । ସାଢ଼େ ୩ଟା ଠାରୁ ୭ଟା ମଧ୍ୟରେ ୧୧ନଂ , ୧୨ ନଂ ଓ ୧୪ ନଂ ୱାର୍ଡ଼ର ଅଧିବାସୀ ମାନେ ଦର୍ଶନ କରିଛନ୍ତି ।

କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ଶ୍ରଦ୍ଧାଳୁ ମାନେ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ବ୍ୟାରିକେଡ୍ ରେ ଧାଡିରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ଭକ୍ତ ମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଉତର ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ସେହିପରି ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ସେହିପରି ୨୩ ତାରିଖ ଠାରୁ ସମସ୍ତ ଭକ୍ତ ଦର୍ଶନର ବ୍ୟବସ୍ଥା କରାଯାଇଛି । ପରିଚୟ ପତ୍ର ଓ କୋଭିଡ଼୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଅମାନିଆଙ୍କ ମନ୍ଦିର ପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Comments are closed.