ଜଲାରାମ ଲଜ ସାମ୍ନାରେ ନିର୍ମାଣଧିନ ଦୋକାନ ଗୃହ ସାମ୍ନାରେ ଷ୍ଟ୍ରିଟ ଲାଇଟ ଖୁମ୍ବ, ଛାତ ଭିତରୁ ଉପରକୁ ବାହାରିଛି , ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ

66

ଟିଟିଲାଗଡ଼ : ସହରରେ ଦିନକୁ ଦିନ ଟ୍ରାଫିକ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ରାସ୍ତା କଡ଼ରେ ହେଉଥିବା ଭିଡ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଜଲାରାମ ଲଜ ସମ୍ମୁଖରୁ ଯାଇଥିବା ରାସ୍ତା ଟି ମଧ୍ଯ ପ୍ରବଳ ଭିଡ଼ ହୋଇଥାଏ, ନବ ନିର୍ମିତ ଭାବେ ତିଆରି ହେଉଥିବା ନୂତନ ଦୋକାନ ଗୃହର ସାମ୍ନା ପଟ ସେମିତି ବି ରାସ୍ତା ଉପରକୁ ଆସିଗଲାଣି, ତାପରେ ପୂର୍ବରୁ ଥିବା ଷ୍ଟ୍ରିଟ ଲାଇଟ ଖୁମ୍ବ ଥାଇ ମଧ୍ୟ ଦୋକାନର ଛାତ ପକା ଯାଉଛି, ଏବଂ ଖୁମ୍ବ ଦୋକାନ ସାମ୍ନାରେ ରହିଛି । ପୁର୍ବରୁ ସେଠାକାର ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ମଧ୍ୟ କେହି ଅଧିକାରୀ କର୍ଣ୍ଣପାତ ନ କରିବା ପରିତାପର ବିଷୟ ବୋଲି କହିଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ବିକାଶ ପାଇଁ କାମ କରା ହେଉଛି କିନ୍ତୁ ଉଚିତ ମାର୍ଗରେ ଗଲେ ସମସ୍ତେ ଉପକୃତ ହେବେ ।

Comments are closed.