ଭତ୍ତାରୁ ବଞ୍ଚିତ ୬୭ ବର୍ଷର ବିଧବା ବୃଦ୍ଧା

65

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲାକଲ୍ୟାଣସିଂହପୁର ବ୍ଲକ କନ୍ଧଖାତିପାଡୁ ପଞ୍ଚାୟାତର ମାଣ୍ଡିଆ ଭଟ୍ଟା ଗାଁରେ ବିଧବା ବୃଦ୍ଧା ପ୍ରାସ୍କା ୱେଣ୍ଡି (୬୭) ଭତ୍ତାରୁ ବଞ୍ଚିତ ରହିଥିବା ଦେଖିବାକୁ ମିଳିଛି । ବୃଦ୍ଧାର ଆଧାର କାର୍ଡରେ ୧୯୫୪ ମସିହାରେ ଜନ୍ମ ହେଇଥିବା ଜଣାପଡୁଥିବା । ସେ ଗତବର୍ଷ ତାଙ୍କ ସ୍ବାମୀଙ୍କୁ ହରାଇ ବେ ସାହାରା ହୋଇ ପ୍ରାୟ ପାଞ୍ଚ ଥର ପଞ୍ଚାୟତକୁ ଆଧାର କାର୍ଡ ଜେରକ୍ସ କରି ଦେଇଥିବା କହିଛନ୍ତି । ସେ ନିଜସ୍ଵ କୌଣସି କାମ ମଧ୍ୟ କରି ପାରିବ ନାହିଁ । ସେ ଆଖି ଦେଖି ପାରୁନି କିଏ ତାଙ୍କୁ ବାଡି ଧରାଇଲେ ବାଡି ଧରି ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଓଡ଼ିଶା ସରକାରଙ୍କ ମୋ ସରକାର ଯୋଜନା ଚାଲିଥିବା ବେଳେ ଏମିତି ଏକ ଗାଁ ଅଛି କଲ୍ୟାଣ ସିଂହପୁର ବ୍ଲକ ଠାରୁ ମାତ୍ର କୁଡିଏ କିଲମିଟର ଦୁରରେ ମାଣ୍ଡିଆ ଭଟ୍ଟା ଗାଁ କନ୍ଧ ଖାତି ପାଡୁ ଗ୍ରାମ ପଞ୍ଚାୟତ ବୃଦ୍ଧା ଜଣକ ଅନ୍ଧୁଣି ତାଙ୍କୁ ଆଖି ଦିସୁନି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରସାସନିକ ଦୃଷ୍ଟି ପଢୁ ନ ଥିବା ଗ୍ରାମର ୱାର୍ଡ ସଭ୍ୟ ହରିଚନ୍ଦ୍ର ଜାକାକା, ସ୍ୱାମୀନାଥ ହିକକା, କିଷ୍ଟାମା ଜାକାକା, ନୁକା ପ୍ରାସ୍କା ଓ ଗଦା ଜାକାକା କହିଛନ୍ତି ।

Comments are closed.