ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ କଳା ପତକା ପ୍ରଦର୍ଶନ ଉଦ୍ୟମ : ୫ ଗିରଫ

73

-ବିଜେଡ଼ି କର୍ମୀଙ୍କ ଆକ୍ରମଣରେ ୨ ଆହତ

ବାରିପଦା : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ବେଳେ ହେଲିପ୍ୟାଡ୍ ବାହାରେ କଳାପତାକା ପ୍ରଦର୍ଶନ ଉଦ୍ୟମ କରିଥିବା ୫ ଜଣଙ୍କୁ ବାରିପଦା ଟାଉନ୍ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜେଏମଏମରୁ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ସେହିପରି ବିଜେପିରୁ ୨ ଜଣ ପୁରୁଷ ଜଣେ ମହିଳା ରହିଛନ୍ତି ।

ଅନ୍ୟପକ୍ଷରେ କଳା ପତକା ପ୍ରଦର୍ଶନ ଉଦ୍ୟମ ବେଳେ ବିଜେଡ଼ି କର୍ମୀଙ୍କ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ତନ୍ମଧ୍ୟରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜେଏମଏମର ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଂଚଳର ସୁରଜ ସାହୁ ଓ ଭଦ୍ରକ ଅଂଚଳର ସରୋଜ ସୂର୍ଯ୍ୟବଂଶୀ । ଆହତ ଦ୍ୱୟ ବାରିପଦା ପିଆରଏମ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

Comments are closed.