ସାଇବର ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

63

କଟକ ସଦର : କଟକ କନ୍ଦରପୁର ଥାନାର ତତ୍ତ୍ଵାବଧାନରେ କଟକ କନ୍ଦରପୁରରେ ସିନିୟର ସିଟିଜେନଙ୍କ ପାଇଁ ଏକ ସାଇବର ଆୱାରନେସ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ମନୁଷ୍ୟ ତାର କାଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି । ସବୁଠାରୁ ବଡ଼ କଥା ହେଲା ଏହି ସମୟରେ ଆମେ ମାନେ ବିଶେଷ ସାବଧାନତା ଅବଲମ୍ବନ କରିବା ଦରକାର । ଟିକେ ସତର୍କତା ଅବଲମ୍ବନ ନକଲେ ସାଇବର ଅପରାଧୀଙ୍କ ଠକାମିର ଶିକାର ହେବାକୁ ପଡିବ । ଆମେ କିପରି ସାଇବର ଠକାମୀର ଶିକାର ନହେବା ସେଥିପାଇଁ କଟକ ସହରାଞ୍ଚଳ ପୁଲିସ ଜିଲ୍ଲାର ସାଇବର ସେଲ ଅଧିକାରିଣୀ ଇନ୍ସପେକ୍ଟର ରେଣୁବାଳା ତ୍ରିପାଠୀ ଓ କନ୍ଦରପୁର ଥାନା ଅଧିକାରୀ ବିପିନ ବିହାରୀ ହୋତା, ସାଇବର ସୁରକ୍ଷା ପାଇଁ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରାଇଥିଲେ । ଏହି ସଚେତନତା କାଯ୍ୟକ୍ରମରେ କନ୍ଦରପୁର ଅଞ୍ଚଳ ବହୁ ବରିଷ୍ଟ ନାଗରିକ ମାନେ କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ସନ୍ତୋଷ ତ୍ରିପାଠୀ, ମହାଦେବ ମହାରଣା, ସହଦେବ ଡାକୁଆ, ମନୋରଞ୍ଜନ ପରିଡା, ଅଖୟ କୁମାର ପଟ୍ଟନାୟକ, ରବୀନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments are closed.