ଭିଜିଲାନ୍ସ ତାଜୁବ୍: ୫ ପ୍ୟାନ୍ କାର୍ଡ ଓ ୩ ବାପା, ତହସିଲଦାର ରାମଚନ୍ଦ୍ର-ଭାଇ ଲକ୍ଷ୍ମଣ ଗିରଫ

79

ଭୁବନେଶ୍ୱର : ତହସିଲଦାର ୫ ପ୍ୟାନ୍ କାର୍ଡ । ବାପାଙ୍କ ନାଁ ଓ ଜନ୍ମ ତାରିଖ ଅଲଗା ଅଲଗା । ଭିଜିଲାନ୍ସ ଜାଲରେ ପଡ଼ିଥିବା ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ରେଡ୍ ବେଳେ ସାମ୍କୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଇୱେରେ ରେଡ୍ ହୋଇଥିବାରୁ ଭାଇ ଲକ୍ଷ୍ମଣକୁ ଡାକି ତାଙ୍କ ହାତରେ ଟଙ୍କା ପଠାଉଥିଲେ ତହସିଲଦାର ରାମଚନ୍ଦ୍ର । ଠିକ୍ ଏତିକି ବେଳେ ଛକି ରହିଥିବା ଭିଜିଲାନ୍ସ ଟିମ୍ ରାମଚନ୍ଦ୍ରଙ୍କୁ ମାଡି ବସିଥିଲା । ଆଉ ଏହାପରେ ତାଙ୍କ ଘରେ ଓ ଅଫିସ୍ରେ ପଞ୍ଝା ମାରିଥିଲା ଭିଜିଲାନ୍ସ । ସାନ ଭାଇ ଲକ୍ଷ୍ମଣଙ୍କ ସହ ମିଶି ଦୁର୍ନୀତି କରୁଥିଲେ ତହସିଲଦାର । ସାନଭାଇ ମାଧ୍ୟମରେ ସେ ଟଙ୍କା କାରବାର କରୁଥିଲେ । ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସାନଭାଇ ଜେରା ବେଳେ ଟଙ୍କା କାରବାର କଥା ମାନିଥିଲା । ସେପ୍ଟେମ୍ବରରେ ୩ଥର ବଡ଼ଭାଇଙ୍କ ପାଖରୁ ୧୦ଲକ୍ଷ ଟଙ୍କା ନେଇ ଆଇସିଆଇସିଆଇ ବ୍ୟାଙ୍କରେ ଜମା କରିଥିବା ସ୍ୱୀକାର କରିଛି ।

ଆଉ ତା ନାଁରେ ଥିବା ପାସ୍ବୁକ୍କୁ ସିଜ୍ କରିଛି ଭିଜିଲାନ୍ସ । କାଲି ଭାଇଠୁ ଫୋନ୍ ପାଇ ୪.୫ ଲକ୍ଷ ଆଣିବାକୁ ପହଞ୍ôଚଥିଲା ଲକ୍ଷ୍ମଣ । ଭିଜିଲାନ୍ସ ରେଡ୍ ପରେ ଏବେ ଏହି ତଥ୍ୟ ସବୁ ପଦାକୁ ଆସିଛି । ଏକାଧିକ ପ୍ୟାନକାର୍ଡ ଜରିଆରେ ଭିନ୍ନ ଭିନ୍ନ ଆକାଉଣ୍ଟ ଖୋଲି ଟଙ୍କା ଜମା ରଖିବାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ ବାବୁ ଜଣଙ୍କ । ଫଳରେ ନାଁ ଆୟକର ବିଭାଗର ଡର ଥିବ ନା ଆୟକର ଦାଖଲ କରିବାର ଚିନ୍ତା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରାମଚନ୍ଦ୍ରଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ ବେଳେ ତାଙ୍କ ଅଫିସରୁ ମିଳିଥିଲା ୪ଲକ୍ଷ ୬୫ହଜାର ଟଙ୍କା । ଯାହାର ହିସାବ ଦେଇପାରିନଥିଲେ ତହସିଲଦାର ରାମଚନ୍ଦ୍ର । ଭିଜିଲାନ୍ସ ରେଡ୍ ବେଳେ ନିମାପଡାରେ ଥିବା ତାଙ୍କ ଘରୁ ମଧ୍ୟ ୫୦ ହଜାର ଟଙ୍କା ଜବତ ହୋଇଛି । ଏହା ସହିତ କଟକ ସିଡିଏରେ ଥିବା ତାଙ୍କ ଘର ଓ କେନ୍ଦ୍ରାପଡା ଗରଦପୁର ସ୍ଥିତ ପୈତୃକ ବାସଭବନ ଉପରେ ମଧ୍ୟ ଚଢାଉ କରାଯାଇଛି । ଜମି ପଟ୍ଟା ଦେବାରେ ଓ ଜମି କିସମ ପରିବର୍ତ୍ତନ କରିବା ବେଳେ ଅଜସ୍ର ଉପାୟ ଅବଳମ୍ବନ କରିବା ନେଇ ଏହି ଧୂର୍ତ ବାବୁଙ୍କ ନାମରେ ପୂର୍ବରୁ ମଧ୍ୟ ଦୁଇଟି ମାମଲା ରହିଛି । ୨୦୧୧ ମସିହାରେ ବେଆଇନ ଭାବେ ମୂଲ୍ୟବାନ୍ ଜମିର ବନ୍ଦୋବସ୍ତ ଓ ପଟ୍ଟା ବଣ୍ଟନ ଅଭିଯୋଗରେ କଟକ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଥିଲା । ୨୦୧୬ ମସିହାରେ ଏହି ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି । ସେହିପରି କୃଷି ଜମିକୁ ବେଆଇନ ଭାବେ ଅଣକୃଷି ଜମିର କିସମ ପରିବର୍ତ୍ତନ ନେଇ ୨୦୧୮ରେ ଭିଜିଲାନ୍ସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

Comments are closed.