ଏକାସାଙ୍ଗରେ ଧାରଣ କରନ୍ତୁନି ଏହିସବୁ ରତ୍ନ

65

ଗ୍ରହ ଦୋଷ ଦୂର କରିବାକୁ ଆମେ ସାଧାରଣତଃ ରତ୍ନ ପଥର ଧାରଣ କରିଥାଉ । ଭାଗ୍ୟୋଦୟ ପାଇଁ ଲୋକେ ବିଭିତ୍ତ ପ୍ରକାର ରତ୍ନ ଧାରଣ କରିଥାନ୍ତି । ରତ୍ନ ଧାରଣ କରିବା ଦ୍ୱାରା ଗ୍ରହମାନଙ୍କ ଅଶୁଭ ପ୍ରଭାବ କମ ହୋଇଥାଏ । ପ୍ରତ୍ୟେକ ଗ୍ରହ ପାଇଁ ଭିନ୍ନ ଭିନ୍ନ ରତ୍ନ ରହିଛି । ସମସ୍ତଙ୍କୁ ନିଜ କୁଣ୍ଡଳୀ ଅନୁଯାୟୀ ରତ୍ନ ଧାରଣ କରିବା ଉଚିତ । ବେଳେ ବେଳେ ଗ୍ରହ ଦୋଷ ଦୂର କରିବାକୁ ଏକାଧିକ ରତ୍ନ ଧାରଣ କରିବାକୁ ପଡିଥାଏ । କିନ୍ତୁ ଏମିତି କିଛି ରତ୍ନ ଅଛି ଯାହାକୁ ଅନ୍ୟ କାହା ସହ ଧାରଣ କରାଯାଇ ନାହିଁ । ଏହା ଅଧିକ କ୍ଷତି କରିଥାଏ । ସମସ୍ୟା କମ ହେବା ପରିବର୍ତ୍ତେ ଅଧିକ ବଢି ଯାଇଥାଏ । କେଉଁ କେଉଁ ରତ୍ନ ଏକାସାଙ୍ଗେ ଧାରଣ କରିବା ଉଚିତ ନୁହେଁ ଆସନ୍ତୁ ଜାଣିବା ମୋତି ସହ ହୀରା, ପାନ୍ନା, ଗୋମେଦ, ଲହସୁନିଆ ଓ ନୀଳା –ଯଦି ଜଣେ ବ୍ୟକ୍ତି ମୋତି ଧାରଣ କରିଛନ୍ତି ତାହେଲେ ହୀରା, ପାତ୍ତା, ଗୋମେଦ, ରସୁଣିଆ ଓ ନୀଳା କେବେ ବି ଭୁଲରେ ବି ଧାରଣ କରିବା ଉଚିତ ନୁହେଁ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଚନ୍ଦ୍ରମାଙ୍କ ଅଶୁଭ ପ୍ରଭାବ କମ କରିବାକୁ ମୋତି ଧାରଣ କରାଯାଏ । କିନ୍ତୁ ମୋତି ସହ ହୀରା, ପାନ୍ନା, ଗୋମେଦ, ରସୁଣିଆ ଓ ନୀଳା ଧାରଣ କଲେ ଅନେକ ପ୍ରକାର ମାନସିକ ସମସ୍ୟା ଦେଖାଦେଇଥାଏ । ପାନ୍ନା ସହ ପୋଖରାଜ, ମୁଙ୍ଗା ଓ ମୋତି – ଯଦି ଆପଣ ପାନ୍ନା ଧାରଣ କରିଛନ୍ତି ତାହେଲେ ପୋଖରାଜ, ମୁଙ୍ଗା ଓ ମୋତି ଧାରଣ କରିବା ଅନୁଚିତ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ବୁଧ ଗ୍ରହକୁ ଶାନ୍ତ କରିବାକୁ ପାନ୍ନା ଧାରଣ କରାଯାଏ । କିନ୍ତୁ ଯଦି
ଆପଣ ପାନ୍ନା ସହ ପୋଖରାଜ,ମୁଙ୍ଗା ଓ ମୋତି ଧାରଣ କରନ୍ତି ତାହେଲେ ଧନ ହାନିର ସମ୍ମୁଖୀନ ହେବାକୁ ପଡିପାରେ । ଲହସୁନିଆ ବା କ୍ୟାଟ୍ସ ଆଏ ସହ ମାଣିକ୍ୟ, ମୁଙ୍ଗା,ପୋଖରାଜ ଓ ମୋତି – ଯଦି ଜଣେ ବ୍ୟକ୍ତି ଲହସୁନିଆ ବା କ୍ୟାଟ୍ସ ଆଏ ଧାରଣ କରିଛନ୍ତି ତାହେଲେ ତାଙ୍କୁ ମାଣିକ୍ୟ, ମୁଙ୍ଗା, ପୋଖରାଜ ଓ ମୋତି ଧାରଣ କରିବା ଉଚିତ ନୁହେଁ । ଲହସୁନିଆ କେତୁ ଗ୍ରହର ରତ୍ନ । ଲହସୁନିଆ ସହ ଏହିସବୁ ରତ୍ନ ଧାରଣ କରିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ । ନୀଳା ସହ ମାଣିକ୍ୟ, ମୁଙ୍ଗା, ମୋତି ଓ ପୋଖରାଜ –ନୀଳା ଶନି ଗ୍ରହଙ୍କ ରତ୍ନ । ଶନିଙ୍କୁ ଶାନ୍ତ କରିବାକୁ ନୀଳା ଧାରଣ କରିବାକୁ ପରାମର୍ଶ ଦିଆଯାଇଥାଏ । ଯଦି ଜଣେ ବ୍ୟକ୍ତି ନୀଳା ଧାରଣ କରିଛନ୍ତି ତାହେଲେ ତାଙ୍କୁ ମାଣିକ୍ୟ, ମୁଙ୍ଗା, ମୋତି ଓ ପୋଖରାଜ ଏକାସାଙ୍ଗେ ପିନ୍ଧିବା ଅନୁଚିତ । ଏହିସବୁ ରତ୍ନ ଏକାସାଙ୍ଗେ ଧାରଣ କଲେ ଜୀବନରେ ନାନା ସମସ୍ୟା ଉପୁଜିଥାଏ ।

Comments are closed.