ଗୋପାଷ୍ଟମୀ ଉତ୍ସବରେ ବଲାଙ୍ଗୀର ଗୋଶାଳାରେ ପୂଜା

67

ବଲାଙ୍ଗିର : ବଲାଙ୍ଗିର ଠିକାଦାର ପଡା ଠାରେ ଥିବା ୧୦୦ ବର୍ଷ ଅତିକ୍ରମ କରିଥିବା ସର୍ବ ପୁରାତନ ପୃଥିବୀ ରାଜ ଗୋଶାଳା ଠାରେ ଆଜି ଗୋପାଷ୍ଟମୀ ଉପଲକ୍ଷେ ଗୋସେବା ଓ ଗୋରୁଗାଈ ମାନକୁ ପୂଜା କରିବା ସହିତ ପୂଜା କର୍ମ ଅନୁଷ୍ଠିତ ହୋଇଥିଲା । ସକାଳୁ ସକାଳୁ ଏଠାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପୂଜାର୍ଚ୍ଚନା ସହିତ ସେମାନେ ଯଥାଶକ୍ତି ଦାନଧର୍ମ କରିଛନ୍ତି ଗୋଶାଳା ପରିଚାଳନା ପାଇଁ । ଗୋଶାଳା ପରିଚାଳନା କମିଟିର ସଭାପତି ନରେନ୍ଦ୍ର ଜୈନ ପ୍ରକାଶ କରିଛନ୍ତି ଯେ, କୋଭିଡ଼୍-୧୯ ର ପ୍ରକୋପ ଜାରି ଥିବାବେଳେ କଟକଣା ଯୋଗୁଁ ଉତ୍ସବକୁ ନିରାଡମ୍ବର କରାଯାଇଛି । କମିଟିର ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ ।

Comments are closed.