ଓଡ଼ିଶା ଜିତିଲା ଅନ୍ତର୍ଜାତୀୟ ଲୋକପ୍ରିୟ ସହର ପୁରସ୍କାର

68

ଭୁବନେଶ୍ୱର : ଓଡିଶା ଜିତିଲା ଅନ୍ତର୍ଜାତୀୟ ଲୋକପ୍ରିୟ ସହର ପୁରସ୍କାର । ନଭେମ୍ବର ୧୨ରେ ଘୋଷିତ ପଞ୍ଚମ ଗୁଆଙ୍ଗଝଉ ଅନ୍ତର୍ଜାତୀୟ ଆୱାର୍ଡରେ ଅନ୍ତର୍ଜାତୀୟ ଲୋକପ୍ରିୟ ସହର ପୁରସ୍କାର ଜିତିଛି । ସହରାଞ୍ଚଳ ବିକାଶ ଆଧାରରେ ନିଆଯାଇଥିବା ମତାମତରେ ଓଡିଶାକୁ ଅଧିକ ଭୋଟ୍ ମିଳିଛି । ବିଶ୍ୱର ବିଭିନ୍ନ ସ୍ଥାନରୁ ଓଡିଶା ସପକ୍ଷରେ ୪.୬୦ ଲକ୍ଷରୁ ଅଧିକ ଭୋଟ୍ ପଡିଛି । ଓଡିଶା ସରକାରଙ୍କ ମୁକ୍ତା କାର୍ଯ୍ୟକ୍ରମକୁ ଖୁବ୍ ପ୍ରଶଂସା ମିଳିଛି । ରାଜ୍ୟ ସରକାରଙ୍କୁ ସହରାଞ୍ଚଳ ଶ୍ରମିକ ରୋଜଗାର ଅଭିଯାନ(ମୁକ୍ତା) ଏବଂ ଅଳିଆ ଆବର୍ଜନ ପ୍ରବନ୍ଧନ(ଏଫ୍ଏସ୍ଏସ୍ଏମ୍)ରେ ଉକ୍ରୃଷ୍ଟ ଯୋଗଦାନ ପାଇଁ ପୁରସ୍କାର ମିଳିଛି । ଅନ୍ଲାଇନ ଭୋଟରେ ଅଷ୍ଟ୍ରେଲିଆ, ଚୀନ, ଦକ୍ଷିଣ ଆଫ୍ରିକା, ଆମେରିକା, ବ୍ରାଜିଲ ଓ ଡେନମାର୍କ ସହିତ ୬୦ ଦେଶର ୧୭୫ ସହର ସାମିଲ ଥିଲେ । ନଗର ବିକାଶର ୧୭୩ ଇନିସିଏଟିଭ୍ ନେଇ ଏହି ସର୍ଭେ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନ୍ତର୍ଜାତୀୟ ପୁରସ୍କାର ପାଇଁ ନଗର ଉନ୍ନୟନ ବିଭାଗକୁ ପ୍ରଶଂସା କରିଛନ୍ତି । ଏଥିସହ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.