କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୦,୧୯୭ ନୂଆ ମାମଲା

81

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୦,୧୯୭ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩୦୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।

ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୨୮,୫୫୫ ଥିବା ବେଳେ ବର୍ତମାନ ସୁଦ୍ଧା ୪୬୪୧୫୩ ଜଣ ମୃତ୍ୟୁ ବରଣ କରିଛନ୍ତି ।

ସେହିପରି ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୨,୪୨,୧୭୭ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୬୨,୭୦,୧୬,୩୩୬ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା

Comments are closed.