ଅର୍ଥାଭାବ, ଚିକିତ୍ସା ପାଇଁ ବୃଦ୍ଧ ବାପା ରୋଗିଣା ଝିଅକୁ କାନ୍ଧରେ ବୋହିନେବା ଘଟଣାଭିଡ଼ିଓ ଭାଇରାଲ୍ ପରେ ଚିକିତ୍ସା ସେବା ମିଳିଲା

70

ବଲାଙ୍ଗିର : ଉପାନ୍ତ ଗ୍ରାମାଚଂଳରେ ଆର୍ôଥକ ଅନାଟନରେ କାଳାତିପାତ କରୁଥିବା ସରକାରୀ ସୁବିଧା ରୁ ବଂଚିତ ବୃଦ୍ଧ ବାପା ନିଜ ରୋଗୀଣା ଝିଅକୁ କାନ୍ଧରେ ବୋହି ଚାଲି ଚାଲି ଯାଉଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଶେଷରେ ଚିକିତ୍ସା ସେବା ପାଇଛନ୍ତି ଏହି ଝିଅ । ବଲାଙ୍ଗୀର ଜିଲ୍ଲାର ଉପାନ୍ତ ଅଂଚଳରୁ ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଏହି ଚିତ୍ର ପ୍ରତ୍ୟେକଙ୍କୁ ଆନ୍ଦୋଳିତ କରିଛି ।

ବୃଦ୍ଧ ଜଣକ ବଲାଙ୍ଗୀର ପାଟଣାଗଡ଼ ବ୍ଲକ ନେହେନାବନ୍ଦ ଗ୍ରାମର ସୁବଳ ଛତ୍ରିଆ ବୋଲି ଜଣାପଡ଼ିଛି । ତାଙ୍କର ୧୮ ବର୍ଷର ଝିଅ କୌଣସି ରୋଗରେ ପୀଡ଼ିତ ହୋଇ ଚାଲିବାକୁ ଅକ୍ଷମ ହୋଇ ପଡ଼ିଛନ୍ତି । ଅର୍ଥ ଅଭାବ ସାଙ୍ଗକୁ ଝିଅର ଚିକିତ୍ସା ପାଇଁ ସବୁଠି ଚେଷ୍ଟା କରି ନୟାନ୍ତ ହୋଇ ପଡିଥିଲେ ବୃଦ୍ଧ ବାପା । ଝିଅର ଅଧିକ ଚିକିତ୍ସା ପାଇଁ ତାଙ୍କ ପାଖରେ ଆଉ ଅର୍ଥ ମଧ୍ୟ ନଥିଲା । ଫଳରେ ଝିଅର ଚିକିତ୍ସା ପାଇଁ ଝଡ଼ାଫୁଙ୍କାର ସାହାଯ୍ୟ ନେଉଥିଲେ ବୃଦ୍ଧ ବାପା । ଗତକାଲି ପାଟଣାଗଡ଼ରୁ ସେ ବେଲପଡ଼ା ଯାଇଥିଲେ । ହେଲେ ଫେରିବା ପାଇଁ ତାଙ୍କ ପାଖରେ ଆଉ ଟଙ୍କା ନଥିଲା । ଶେଷରେ ଝିଅକୁ କାନ୍ଧରେ ନେଇ ଚିକିତ୍ସା କରାଇବାକୁ ବାହାରି ପଡ଼ିଥିଲେ ସୁବଳ । ସରକାରଙ୍କ ମାଳମାଳ ଯୋଜନା ସୁବଳଙ୍କ କାମରେ ଆସି ପାରୁନାହିଁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁବଳଙ୍କୁ ସାମିଲ କରାଯାଇନାହିଁ । ତେବେ ସରକାରଙ୍କ ସରକାରୀ ଯୋଜନା କାହା ପାଇଁ ? ଏହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଯାହା ହେଉ ଏହି ସୂଚନା ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁବଳଙ୍କ ଝିଅଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେଠାରେ ଝିଅର ଚିକିତ୍ସା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

Comments are closed.