ମହାନଦୀରେ ନିଖୋଜ ଅନ୍ୟ ତିନି ଛାତ୍ରଙ୍କ ମୃତଦେହ ଉଦ୍ଧାର

54

କଟକ : ମହାନଦୀରେ ଗାଧୋଇବା ବେଳେ ଭାସି ଯାଇ ନିଖୋଜ ଥିବା ୪ ଛାତ୍ରଙ୍କ ମଧ୍ୟରୁ ଗତକାଲି ରାତିରେ ଜଣେ ଛାତ୍ର ଜଗା ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜ ଥିବା ଅନ୍ୟ ୩ ଛାତ୍ରଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ଯାହାକୁ ନେଇ ଏଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଆଜି ସକାଳେ ନିଖୋଜ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେମାନେ ହେଲେ ଆକାଶ ବାହାଳିଆ ଓ ଚନ୍ଦନ ବେହେରା । ପରେ ଅନ୍ୟ ଜଣେ ଛାତ୍ର ଶୁଭମ ସେଠୀଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ତେବେ ମୃତ ୪ ଛାତ୍ର କଟକ ପୋତାପୋଖରୀ ଅଂଚଳର । ଏମାନେ ସ୍କୁଲ ସାରି ଗାଧୋଇବାକୁ ଯାଇଥିବା ବେଳେ ନଦୀର ଜଳ ସ୍ରୋତରେ ଭାସି ଯାଇଥିଲେ । କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଭଦିମୂଳ ନିକଟରେ ଗତକାଲି ଏହି ଅଘଟଣ ଘଟିଥିଲା ।

Comments are closed.