ଅଧିକ ଲେମ୍ବୁ ପାଣି ପିଉଛନ୍ତି କି ?ଦେଖା ଦେଇପାରେ ପାଚନ ସମସ୍ୟା

69

ସକାଳୁ ସକାଳୁ ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ଲେମ୍ୱୁ ରସ ପକାଇ ପିଇବା ଆଜିକାଲିର ଟ୍ରେଣ୍ଡ ହୋଇଗଲାଣି । ୱେଟ ଲସ୍ ନିମନ୍ତେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି କମନ୍ ମ୍ୟାନ୍ ବି ଏହାକୁ ଫଲୋ କରୁଛନ୍ତି । ଲେମ୍ବୁପାଣି ପିଇବା ଦ୍ୱାରା ୱେଟ ଲସ୍ ନୁହେଁ, ପାଚନ ସମସ୍ୟା, ଡିହାଇଡ୍ରେସନ ମଧ୍ୟ ଦୂର ହୋଇଯାଏ । ହେଲେ ଜାଣିଛନ୍ତି କି, ଅଧିକ ଲେମ୍ବୁପାଣି ପିଇଲେ ଆପଣଙ୍କୁ ଏହାର ସାଇଡ ଇଫେକ୍ଟ ଭୋଗିବାକୁ ପଡ଼ିପାରେ ।

–ସର୍ଭେ ଅନୁଯାୟୀ, ଲେମ୍ବୁ ବହୁତ ଅଧିକ ଖଟା ହୋଇଥାଏ । ସେଥି ନିମନ୍ତେ ଦିନରେ ବହୁ ଥର ଏହା ଦାନ୍ତରେ ବାଜିବା ଦ୍ୱାରା ଦାନ୍ତ କ୍ଷତିଗ୍ରସ୍ତ ହୋଇଥାଏ । ଏହା ଦ୍ୱାରା ଦାନ୍ତର ଇନେମଲ ଖରାପ ହୋଇଥାଏ । ତେଣୁ ଆପଣ ଯଦି ଦିନରେ ବାରମ୍ବାର ଲେମ୍ବୁପାଣି ପିଇବାରେ ଅଭ୍ୟସ୍ତ, ତେବେ ଆପଣ ଏଥି ନିମନ୍ତେ ଷ୍ଟ୍ର ବ୍ୟବହାର କରିପାରିବେ । ଏହା ଦ୍ୱାରା ଆପଣଙ୍କ ଦାନ୍ତ ସିଧାସଳଖ ଏସିଡ ସମ୍ପର୍କରେ ଆସିବ ନାହିଁ । ଲେମ୍ବୁପାଣି ପିଇବା ପରେ ତୁରନ୍ତ ବ୍ରଶ୍ କରନ୍ତୁ ନାହିଁ । କିନ୍ତୁ ଏହାପରେ ଆପଣ ଏକ ଗ୍ଲାସ୍ ସାଧା ପାଣି ପିଇପାରିବେ ।

– ଲେମ୍ବୁପାଣି ପେଟ ପାଇଁ ଅମୃତ ସମାନ ହୋଇଥାଏ । ହେଲେ ଏହାକୁ ଅଧିକ ଚିପୁଡ଼ିବା ଦ୍ୱାରା ପେଟରେ ଗ୍ୟାଷ୍ଟ୍ରୋଓସୋଫେଗଲ ରିଫ୍ଲକ୍ସ ରୋଗ ଏବଂ ଏସିଡ ରିଫ୍ଲକ୍ସ ଆଦି ସମସ୍ୟା ଦେଖାଦେଇଥାଏ । ଏଥିଯୋଗୁ ଛାତି ଜଳାପୋଡ଼ା, ବାନ୍ତି ଲାଗିବା ପରି ଲକ୍ଷଣ ଦେଖାଦିଏ ।

–ଜର୍ଣ୍ଣାନ ଅଫ ଏନଭାର୍ଣ୍ଣମେଣ୍ଟାଲ ହେଲଥ୍ ପକ୍ଷରୁ ୨୦୦୭ ମସିହାରେ ହୋଇଥିବା ଏକ ଷ୍ଟଡି ଅନୁଯାୟୀ, ୨୧ ବିଭିତ୍ତ ରେଷ୍ଟୁରାଣ୍ଟରୁ ୭୬ ଲେମ୍ବୁର ନମୁନା ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ବହୁ ଲେମ୍ବୁର ଚୋପାରେ ସୁଷ୍ମଜୀବଙ୍କ ଆସ୍ତରଣ ବସିଥିବା ଦେଖିବାକୁ ମିଳିଥିଲା । ତେଣୁ ଆପଣ ରେଷ୍ଟୁରାଣ୍ଟ ଯାଇଥିଲେ ପାଣିରେ ଲେମ୍ବୁସ୍ଲାଇସ୍ କଟା ହୋଇ ପଡ଼ିଥିଲେ ତାହାକୁ ଆଭଏଡ କରନ୍ତୁ । ଏହା ପରିବର୍ତ୍ତେ ପାଣିରେ କିଛି ଲେମ୍ବୁ ବୁନ୍ଦା ପକାଇ ତାହାକୁ ବ୍ୟବହାର କରିପାରିବେ ।

–ଅଧିକ ଲେମ୍ବୁପାଣି ପିଇବା ଦ୍ୱାରା ଶରୀରରେ ହୋଇଥିବା ଛୋଟ ଛୋଟ ଘା’ ଜଲଦି ଶୁଖି ନ ଥାଏ । ଏହା ଅଧିକ ଜଳାପୋଡ଼ା କରି ଯନ୍ତ୍ରଣା ଦେଇଥାଏ । ଅଧିକ ଖଟା ଫଳ ଖାଇବା ଦ୍ୱାରା ଶରୀରରେ ହୋଇଥିବା ଘା’ ଶୀଘ୍ର ଶୁଖି ନ ଥାଏ । ଫଳରେ ଘା ଶୁଖିବାରେ ଅଧିକ ସମୟ ଲାଗିଥାଏ ।

–ନିକଟରେ ହୋଇଥିବା କିଛି ଷ୍ଟଡି ଅନୁଯାୟୀ, ଖଟା ଫଳ ମାଇଗ୍ରେନ୍ ସମସ୍ୟାକୁ ବଢ଼ାଇଥାଏ । ନ୍ୟୁରୋଲୋଜି ରେବେକା ଟ୍ରବ୍ ପକ୍ଷରୁ ହୋଇଥିବା ଷ୍ଟଡି ଅନୁଯାୟୀ, ଲେମ୍ୱୁ ମାଇଗ୍ରେନ୍ ସମସ୍ୟା ଓ ମୁଣ୍ଡବିନ୍ଧା ସମସ୍ୟାକୁ ବଢ଼ାଇଥାଏ । କାରଣ ଲେମ୍ବୁରେ ଟାଇରାମାଇନ୍ ଅଧିକ ଥାଏ ଓ ଅନ୍ୟ ଫଳ ତୁଳନାରେ ଏହା ମାଇଗ୍ରେନ୍ ସମସ୍ୟା ଅଧିକ ବଢ଼ାଇଥାଏ ।

Comments are closed.