ଶିମିଳିପାଳ ଅଭୟାରଣ୍ୟ ଦୁଇ ଦିନ ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ

70

ବାରିପଦା : ସମ୍ଭାବ୍ୟ ବାତ୍ୟା ଜହ୍ୱାଦର ପ୍ରଭାବକୁ ଦୃଷ୍ଟିରେ ରଖି ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ବନ୍ଦ ରହିବ ଶିମିଳିପାଳ । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଂଚଳିକ ବନମୁଖ୍ୟ ୟୋଗ ଦୟାନନ୍ଦ ।

ଲଗାଣ ବର୍ଷା ହେଲେ ଶିମିଳିପାଳ ଭିତରେ ରହିଥିବା ପାହାଡ଼ରୁ ପଥର ଓ ମାଟି ଅତଡ଼ା ଧସି ପର୍ଯ୍ୟଟକଙ୍କ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଥିବାରୁ ଶିମିଳିପାଳ କର୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି ।

Comments are closed.