ଜୟପୁରରେ ପହଂଚିଲେ ଏନଆଇଏର ଦୁଇ ଜଣିଆ ଟିମ୍

70

ଜୟପୁର : କୋରାପୁଟ ଜିଲ୍ଲାର ଜୟପୁରରେ ପହଂଚିଛନ୍ତି ଏନଆଇଏର ଦୁଇ ଜଣିଆ ଟିମ୍ । ଜଣେ ବିଏସଏଫ କମାଣ୍ଡାଂଟଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏହି ଟିମ୍ ଜୟପୁର ଗସ୍ତ କରିଛି ।

ଏଥିସହ ଗିରଫ ମାଓନେତା ଦୁବାଶି ଶଙ୍କରକୁ ଜେରା କରିବ ଏନଆଇଏ ଟିମ୍ । ଜେରା ପାଇଁ ଜୟପୁର ଏସଡିଜେଏମ କୋର୍ଟଙ୍କୁ ଅନୁମତି ମାଗିବ ଟିମ୍ ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୨ ରେ ଚିତ୍ରକୋଣ୍ଡା ଅଂଚଳରେ ବିଏସଏଫ କମାଣ୍ଡାଂଟଙ୍କ ମୃତ୍ୟୁ ହୋଇଥିଲା । ନକ୍ସଲଙ୍କ ସହିତ ଗୁଳି ବିନିମୟ ବେଳେ କମାଣ୍ଡାଂଟଙ୍କ ମୃତ୍ୟୁ ଘଟିଥିଲା ।

Comments are closed.