ପହିଲି ଭୋଗ ପାଇଁ ଛତିଶାନିଯୋଗ ବୈଠକ

73

ପୁରୀ : ଆଜି ମଧ୍ୟାହ୍ନରେ ନିଳାଦ୍ରୀ ଭକ୍ତନିବାସ ଠାରେ ଛତିଶାନିଯୋଗ ଓ ନୀତି ସବକମିଟି ବୈଠକ ଆରମ୍ଭ ହୋଇଛି । ପହିଲି ଭୋଗ ଓ ସ୍ପେଶିଆଲ ଅପରେଟିଙ୍ଗ ପ୍ରୋସିଜ୍ୟୁର (ଏସଓପି) ସମ୍ପର୍କରେ ବୈଠକରେ ଆଲୋଚନା ହେବ ।

ଡିସେମ୍ବର ୧୬ ରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ । ଏହା ବ୍ୟତୀତ କରୋନାର ତୃତୀୟ ଲହର ଓମିକ୍ରନ୍ ପାଇଁ ଏସଓପିରେ ସ୍ୱତନ୍ତ୍ର ପରିବର୍ତନ କରାଯିବ । ଏଥିସହ ସେବାୟତଙ୍କୁ ଆର୍ଥିକ ଅନୁଦାନ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହେଉଛି ।

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂହ, ବିଭିନ୍ନ ନିଯୋଗର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଛନ୍ତି ।

Comments are closed.