ନବବଧୂ ତପସ୍ୱିନୀଙ୍କୁ ଶାଶୁଘର ପକ୍ଷରୁ ନିର୍ଯାତନା ଘଟଣା

71

-କୋର୍ଟ ନିର୍ଦ୍ଦେଶକୁ ଡ଼ାକ୍ତର ସ୍ୱାମୀଙ୍କ ଅବମାନନା
-ସୁମିତ୍ ଅସୁସ୍ଥ ଥିବା ଦର୍ଶାଇଲେ ଓକିଲ

ଗଞ୍ଜାମ : ବ୍ରହ୍ମପୁର ସହର ବ୍ରହ୍ମାନଗର ଦ୍ୱିତୀୟ ଲେନ୍ ର ତପସ୍ୱିନୀ ଦାଶ ନାମ୍ନୀ ଜଣେ ନବ ବିବାହିତା ମହିଳାଙ୍କୁ ଶାଶୁଘର ଲୋକେ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ନବବଧୂ ତପସ୍ୱିନୀଙ୍କୁ ଡ଼ାକ୍ତର ସ୍ୱାମୀ ସୁମିତ ସାହୁଙ୍କ ସହିତ ପ୍ରଥମେ ସାତ ଦିନ ଏକାଠି ରହିବା ପାଇଁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଅବଧି ଗତ ୯ ତାରିଖରେ ଶେଷ ହେବା ପରେ ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀ ଆସନ୍ତା ୧୭ ତାରିଖ ଯାଏ ଏକତ୍ର ଆସିକାରେ ଭଡ଼ା ଘରେ ରହିବାକୁ କୋର୍ଟ ପରବର୍ତି ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ହେପାଜତ କରିବେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ । ମାମଲାର ପରବର୍ତି ଶୁଣାଣି ଆସନ୍ତା ୧୭ ତାରିଖରେ ହେବା ନେଇ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି । ତେବେ ଇତିମଧ୍ୟରେ ତପସ୍ୱିନୀଙ୍କୁ ଛାଡ଼ି ଡାକ୍ତର ସ୍ୱାମୀ ସୁମିତ ପଳାଇଥିବା ଅଭିଯୋଗ ହୋଇଛି । ତପସ୍ୱିନୀଙ୍କ ଏହି ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ସୁମିତଙ୍କ ଓକିଲ । ସେ କହିଛନ୍ତି ଯେ, ସୁମିତ୍ କୁଆଡେ ଯାଇନାହାଁନ୍ତି, ସେ ବାଲିସିରା ଅଂଚଳରେ ଅଛନ୍ତି । ବର୍ତମାନ ସୁମିତ୍ ଅସୁସ୍ଥ ଥିବା କହିଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା । ଏବଂ ତପସ୍ୱିନୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଓକିଲ ଶ୍ରୀ ବେହେରା ।

ଅନ୍ୟପକ୍ଷରେ ସ୍ୱାମୀ ସୁମିତଙ୍କୁ ପାଉ ନଥିବା ଅଭିଯୋଗ କରିଛନ୍ତି ପତ୍ନୀ ତପସ୍ୱିନୀ । ଗତକାଲି ସକାଳେ କେହି ଜଣେ ଆସି ସୁମିତଙ୍କୁ ସ୍କୁଟିରେ ନେଇଯାଇଥିବା ତପସ୍ୱିନୀ କହିଛନ୍ତି । ତପସ୍ୱିନୀ ଏନେଇ ତାଙ୍କ ଓକିଲ ପ୍ରଦୀପ ବେହେରାଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି । ତେବେ ମାମଲାରେ ଜଜ୍ ପରବର୍ତୀ ପଦକ୍ଷେପ କ’ଣ ଗ୍ରହଣ କରୁଛନ୍ତି, ତାହା ଉପରେ ଜନସାଧାରଣଙ୍କ ନଜର ରହିଛି ।

Comments are closed.