ଗୁରାଣ୍ଡି ସିଏଚ୍‌ସି ଦ୍ୱାରା ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜିକରଣ ମେଳା

74

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜିକରଣ ମେଳା ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଫୁଡ ସେଫ୍ଟି ବିଭାଗ ଏବଂ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଖାଦ୍ୟ ବ୍ୟବସାୟୀମାନଙ୍କ ପଞ୍ଜିକରଣ ମେଳା ଆୟୋଜିତ ହୋଇଯାଇଛି । ଏହି ମେଳାରେ ଗାରାବନ୍ଧ ଗ୍ରାମର ଗୁଜରାତିି ଦୋକାନ, ଜଳଖିଆ, ଫାଷ୍ଟଫୁଡ୍ ଓ ହୋଟେଲ ଆଦିର ୧୧ଜଣ ଦୋକାନ ମାଲିକଙ୍କୁ ଫୁଡ ସେଫ୍ଟି ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏମାନେ ଯେପରି ନକଲି କିମ୍ବା ଅପମିଶ୍ରିତ ଖାଦ୍ୟ ଦ୍ରବ୍ୟ ତିଆରି କିମ୍ବା ବିକ୍ରି ନକରିବେ ସେଥିପାଇଁ ସମସ୍ତଙ୍କୁ ସଚେତନ କରାଯାଇଛି । ଅପମିଶ୍ରଣ ଖାଦ୍ୟ ଦ୍ରବ୍ୟ ବିକ୍ରି କରାଗଲେ ତା ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏଥି ନେଇ ସାଧାରଣଙ୍କ ସଚେତନତା ନିମନ୍ତେ ଭିଡିଓ ଶୋ ଦ୍ୱାରା ଅପମିଶ୍ରିତ ଖାଦ୍ୟ ଦ୍ରବ୍ୟ ବ୍ୟବହାର ଯୋଗୁଁ ସ୍ୱାସ୍ଥ୍ୟର କିଭଳି କ୍ଷତି ଘଟୁଛି ସେ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ଲୋକଙ୍କୁ ଗ୍ରାମ ଗ୍ରାମରେ ପହଞ୍ଚି ସଚେତନ ପାଇଁ ମଧ୍ୟ ଏକ ସଚେତନ ରଥ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଫୁଡ୍‌୍ ସେଫ୍ଟି ବିଭାଗ ତରଫରୁ ସ୍ମିତା ଖାଡଙ୍ଗା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରର ଡାକ୍ତର ପୂର୍ଣ୍ଣଚନ୍ଦ୍ର ପାତ୍ର, ପିଏଚ୍‌ଇଓ ମମତା ପାଢୀ, ବିପିଏମ୍ ଏମ୍‌.ଖଗେଶ୍ୱର ରାଓଙ୍କ ସମେତ ସେମାନଙ୍କ ଟିମ୍ ଅଂଶଗ୍ରହଣ କରିଥିଲେ ।

Comments are closed.