କର୍ଣ୍ଣାଟକାରେ ଲାଗୁ ହେବ ନାଇଟ କର୍ଫ୍ୟୁ

0 76

ବେଙ୍ଗାଲୁରୁ: କର୍ଣ୍ଣାଟକା ସରକାର ଖ୍ରୀଷ୍ଟମାସ ଓ ନୂଆ ବର୍ଷ ବେଳେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ବଡ଼ ପଦକ୍ଷେପ ନେଇଛନ୍ତି। କରୋନା ସଂକ୍ରମଣ ଉପରେ ବ୍ରେକ୍‌ ଲଗାଇବା ପାଇଁ ଆଜି ରାତି ୧୦ରୁ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ହେବ। ପ୍ରତିଦିନ ରାତି ୧୦ରୁ ସକାଳ ୬ଟା ଯାଏ ଏହି ନିୟମ ବଳବତ୍ତର ରହିବ। ଜାନୁଆରୀ ୨ ଯାଏ ଏହା ଲାଗୁ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଟେକ୍ନିକାଲ କମିଟି ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ଏଭଳି ନିଷ୍ପିତ୍ତି ନେଇଛନ୍ତି।

Leave A Reply

Your email address will not be published.