ଶୁକ୍ରବାର ରାତ୍ରି କର୍ଫ୍ୟୁ କୋହଳ, ସନ୍ଧ୍ୟା ୭ଟା ବଦଳରେ ୧୦ଟା ପରେ ହେବ ଲାଗୁ

0 72

ଭୁବନେଶ୍ବର ଡୁମାଣୀଖବର : ଶୁକ୍ରବାର ରାତିରେ କର୍ଫ୍ୟୁ କୋହଳ ।ରାଜ୍ୟରେ କରୋନା ମହାମାରୀକୁ ଦୁଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ ହୋଇଥିବା ରାତ୍ରିକାଳୀନ କର୍ଫୁକୁ ଶୁକ୍ରବାର ପାଇଁ କିଛି ସମୟ କୋହଳ କରାଯାଇଛି । ଏ ନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି । ସନ୍ଧ୍ୟା ୭ଟା ବଦଳରେ ରାତି ୧୦ରୁ କର୍ଫ୍ୟୁ ଲାଗିବ । କେବଳ ଶୁକ୍ରବାର ସନ୍ଧ୍ୟା ପାଇଁ ନିୟମ କୋହଳ କରାଯାଇଛି ।

ଲକ୍ ଡାଉନ୍ ଲାଗୁ ହୋଇଥିବାରୁ ରାଜ୍ୟରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା । ରଜ ପର୍ବକୁ ଦୃଷ୍ଟିରେ ରଖି ନିୟମ କୋହଳ କରିବା ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୪ ତାରିଖରୁ ରଜ ପର୍ବ ଆରମ୍ଭ ହେଉଥିବାକୁ ଲୋକମାନେ କିଣାକିଣି କରୁଛନ୍ତି । କର୍ଫ୍ୟୁ ଯୋଗୁଁ ୭ଟାରେ ଦୋକାନ ବଜାର ବନ୍ଦ ହୋଇଯାଉଥିବାକୁ ଲୋକମାନଙ୍କୁ କିଣାକିଣି କରିବାରେ ସମସ୍ୟା ଉପୁଜୁଥିଲା । ଫଳରେ ଦୋକାନ ବଜାରରେ ଲୋକମାନେ ନାହିଁ ନଥିବା ଭିଡ କରୁଥିଲେ । ଶନିବାର ଏବଂ ରବିବାର ସଟ୍ ଡାଉନ୍ ବଳବତ୍ତର ରହୁଛି । ତେଣୁ ଶୁକ୍ରବାର ରାତିରେ ଲୋକଙ୍କ କିଣାକିଣି ପାଇଁ ଏହି କର୍ଫ୍ୟୁ କୋହଳ କରାଯାଇଛି ।

Leave A Reply

Your email address will not be published.