ସ୍ୱେରେଜ ବ୍ୟବସ୍ଥା ନେଇ ସମୀକ୍ଷା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ରାଉରକେଲା ସ୍ୱେରେଜ କାର୍ଯ୍ୟ

0 88


ଭୁବନେଶ୍ୱର ଡୁମାଣୀଖବର : ରାଜ୍ୟର ବିଭିନ୍ନ ସହରା ଳମାନଙ୍କରେ ସ୍ୱେରେଜ ବ୍ୟବସ୍ଥା ସମ୍ପର୍କରେ ପାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ପ୍ରକାଶ ଯେ ୨୩୮.୯୬ କୋଟି ଟଙ୍କା ବ୍ୟୟ ଅଟକଳରେ ରାଉରକେଲା ସହରରେ ନିର୍ମାଣ କରାଯାଉଥିବା ସ୍ୱେରେଜ ବ୍ୟବସ୍ଥା ଆସନ୍ତା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ ।
୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ୮୩ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି । ସମ୍ବଲପୁର ସହରରେ ୨୯୪ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିବା ସ୍ୱେରେଜ ବ୍ୟବସ୍ଥା ବିଭିନ୍ନ କାରଣ ଯୋଗୁ ଏହାର ବିଶେଷ ଅଗ୍ରଗତି ହୋଇପାରିନାହିଁ । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କାଯ୍ୟ କରୁଥିବା ସମ୍ପୃକ୍ତ ସଂସ୍ଥା ସହିତ ଆଲୋଚନା କରି କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସ୍ୱେରେଜ ବୋର୍ଡ ତରଫରୁ କଟକ, ସମ୍ବଲପୁର, ପୁରୀ, ରାଉରକେଲାରେ ୭୫୭ ଲକ୍ଷ ଟଙ୍କା ବ୍ୟୟରେ ୮ଟି ସେପ୍ଟେଜ ନିର୍ମାଣ କରାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୮୭.୯୬ କୋଟି ଟଙ୍କା ବ୍ୟୟ ଅଟକଳରେ ୩୦ଟି ଯାକ ଜିଲ୍ଲାରେ ସେପ୍ଟେଜ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତୃତୀୟ ପର୍ଯ୍ୟାୟରେ ୯୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସେପ୍ଟେଜ ପାଇଁ ଟେଣ୍ଡର ଆହ୍ୱାନ କରାଯାଇ ବର୍ତ୍ତମାନ ତା’ର ମୂଲ୍ୟାୟନ କରାଯାଉଛି । ଏଥିସହିତ ସ୍ୱେରେଜ ବୋର୍ଡର କାର୍ଯ୍ୟକାଳ ଅବଧି ସରିଯାଇଥିବା ବେଳେ ତାକୁ ପୁନର୍ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଲୋକସେବା ଭବନଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ବୋର୍ଡର ସଦସ ସଚିବ ଅମୂଲ୍ୟ ମଲ୍ଲିକ, ଭୁବନେଶ୍ୱର ପ୍ରକଳ୍ପ ନିର୍ଦ୍ଦେଶକ ବିନୋଦ ସାହୁ, କଟକର ପ୍ରକଳ୍ପ ନିର୍ଦ୍ଦେଶକ ରତୀନ୍ଦ୍ରନାଥ ମଲ୍ଲିକଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.