ସକାଳ ୮ରୁ ଦିନ ୨ ଟା ବ୍ୟାଙ୍କ ଖୋଲା

0 77

ଭୁବନେଶ୍ୱର ୧୯ ।୭ (ଡି.କେ. ନ୍ୟୁଜ୍): ମହାମାରୀ କରୋନା ଭାଇରସ ପାଇଁ ଗତ ୧୭ ତାରିଖ ରାତି ୯ଟାରୁ ଆରମ୍ଭ ହୋଇଥିବା ଲକଡାଉନ ଅଞ୍ଚଳରେ ବ୍ୟାଙ୍କର ନୂତନ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ନୂତନ ଆଦେଶନାମା ଜାରି କରିଛନ୍ତି । ଆସନ୍ତା ଜୁଲାଇ ୩୧ ତାରିଖ ମଧ୍ୟରାତ୍ରୀ ଯାଏଁ ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲକଡାଉନ ଜାରି ରହିବ । ଏନେଇ ରାଜ୍ୟ ସରକାର ପୂର୍ବରୁ ଗତ ୧୬ ତାରିଖ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହି ସବୁ ଅଞ୍ଚଳରେ ବ୍ୟାଙ୍କଗୁଡ଼ିକ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ହୋଇଛି । କିନ୍ତୁ ଗ୍ରାହକମାନେ ସକାଳ ୮ଟାରୁ ଅପରାହ୍ନ ୧ଟା ଯାଏଁ ବ୍ୟାଙ୍କକୁ ଯାଇପାରିବେ ।

Leave A Reply

Your email address will not be published.